କ୍ଷତିପୂରଣ ସହ ଏକାଉଣ୍ଟ୍ ରୁ କଟିଥିବା ଟଙ୍କା ଫେରସ୍ତ କରିବା ପାଇଁ ବ୍ୟାଙ୍କ କୁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ

add-all

ବ୍ରହ୍ମପୁର : ବ୍ୟାଙ୍କ ଉପଭୋକ୍ତାଙ୍କୁ ଦୈନିକ ୧୦୦/-ଟଙ୍କା କ୍ଷତିପୂରଣ ସହ ଏକାଉଣ୍ଟ୍ ରୁ କଟିଥିବା ଟଙ୍କା କୁ ଫେରସ୍ତ କରିବା ପାଇଁ ବ୍ୟାଙ୍କ କୁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ । ପ୍ରକାଶ ଥାଉକି, ବ୍ରହ୍ମପୁର ବାସିନ୍ଦା ଏ. ଆର. ରାଓ ବ୍ୟାଙ୍କ ଉପଭୋକ୍ତା ଜୁନ, ୨୦୨୩ ରେ ଏଟିଏମ୍ ମାଧ୍ୟମରେ ପାଞ୍ଚ ହଜାର ଟଙ୍କା ଉଠାଣ କରିଥିଲେ କିନ୍ତୁ ଜମାଖାତାରୁ ଉକ୍ତ ଦିନ ଦୁଇ ଥର ପାଞ୍ଚ ହଜାର ଟଙ୍କା କଟିଥିଲା। ଏହି ବିଷୟରେ ଶ୍ରୀ ରାଓ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ ଜଣାଇଥିଲେ ମଧ୍ୟ କୈାଣସି ପ୍ରକାରର ପ୍ରତିକାର ପଦକ୍ଷେପ ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରହଣ କରିନଥିଲେ । ଶ୍ରୀ ରାଓ ତଦନୁଯାୟୀ ଜିଲ୍ଲା ଉପଭୋକ୍ତା ଆୟୋଗ ଠାରେ ଉପଭୋକ୍ତା ମାମଲା ୧୧୪/୨୦୨୩ ଦାଖଲ କରିଥିଲେ। କିନ୍ତୁ ପ୍ରତିବାଦୀ ବ୍ୟାଙ୍କ ଉପଭୋକ୍ତା ଆୟୋଗ ଙ୍କ ନୋଟିସ୍ ପାଇ ନିଜ ସପକ୍ଷରେ କୈାଣସି ଉତ୍ତର ଦାଖଲ କରିନଥିଲେ। ଅଭିଯୋଗକାରୀ ଉପଭୋକ୍ତା ଶ୍ରୀ ରାଓଙ୍କ ଦ୍ବାରା ଉପସ୍ଥାପିତ ପ୍ରମାଣ ଓ ଶୁଣାଣି ପରେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ରାୟ ପ୍ରକାଶ କରି ଦୈନିକ ୧୦୦/-ଟଙ୍କା କ୍ଷତିପୂରଣ ଏକାଉଣ୍ଟ୍ ରୁ ଟଙ୍କା କଟିବା ଦିନ ଠାରୁ ଫେରସ୍ତ କରିବା ଦିନ ଯାଏଁ ଦେବା ସହ କଟିଥିବା ପାଞ୍ଚ ହଜାର ଟଙ୍କା ଫେରସ୍ତ କରିବା ପାଇଁ ରାୟରେ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.