ଓଡଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ରେ ୭କୋଟି ୭୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ଆମ ବସଷ୍ଟାଣ୍ଡ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୨୧ ନମ୍ବର ଜାତୀୟ ରାଜପଥ ଓଡ଼ଗାଁ ପ୍ରାଣୀ ଚିକିତ୍ସାଳୟ ସାମ୍ନାରେ ଅତ୍ୟାଧୁନିକ ଶୈଳୀରେ ଆମ ବସଷ୍ଟାଣ୍ଡ ନିର୍ମାଣ ହେବ । ଆମ ବସଷ୍ଟାଣ୍ଡ ଓଡ଼ଗାଁ ବ୍ଲକ ର ସମସ୍ତ ପଞ୍ଚାୟତ ସହିତ ନୟାଗଡ଼ ସିମାବର୍ତ୍ତି ଗଞ୍ଜାମ ଜିଲ୍ଲାର ୮ରୁ୧୦ଟି ପଞ୍ଚାୟତର ଜନସାଧାରଣ ସହିତ ରାଜ୍ୟ ରାଜଧାନୀ ଭୁବନେଶ୍ୱର ରୁ ଏହି ରାସ୍ତା ଦେଇ ଭବାନୀପାଟଣା, କଳାହାଣ୍ଡି, ଫୁଲବାଣୀ,ଜୟପୁର, ଭଞ୍ଜନଗର, ଆସ୍କା, ବ୍ରହ୍ମପୁର, ସହିତ ଅନ୍ୟାନ୍ୟ ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀବାହୀ ବସ ଏହି ଆମ ବସଷ୍ଟାଣ୍ଡ ର ସୁବିଧା ସୁଯୋଗ ପାଇପାରିବେ । ଏହାଦ୍ବାରା ଓଡ଼ଗାଁ ରେ ବିରାଜିତ ରଘୁନାଥ ଜୀଉ ଏବଂ ବାବା ଦ୍ଵିତିକେଶ୍ୱର୍ ମହାଦେବ ଙ୍କ ଦର୍ଶନ ପାଇଁ ଦୂରରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବହୁ ସୁବିଧା ହୋଇ ପାରିବ । ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଙ୍କ ପ୍ରଚେଷ୍ଟାରେ ନିର୍ମିତ ଏହି ବସଷ୍ଟାଣ୍ଡ ଯୋଗାଯୋଗ ତଥା ଆର୍ଥିକ ଦୃଷ୍ଟି ରୁ ମଧ୍ୟ ଓଡ଼ଗାଁ ଅଞ୍ଚଳକୁ ସୁବିଧା ଦେଇ ପାରିବ ।
