ଜିଲ୍ଲା କଂଗ୍ରେସ ସଭାପତି, ହେଲେ ଚନ୍ଦ୍ର ପରିଡ଼ା…

add-all

ଫୁଲବାଣୀ : ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସବୁ ଦଳରେ ଚାଲିଛି ଘନ ଘନ ପରିବର୍ତ୍ତନ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଦାୟିତ୍ଵରେ ପୂର୍ବରୁ ଥିବା ଅନାମ ନାୟକଙ୍କ ସ୍ଥାନରେ ଅନ୍ୟତମ ପ୍ରମୁଖ ନେତା ବରିଷ୍ଠ ଆଇନଜୀବୀ ଚନ୍ଦ୍ର ଶେଖର ପରିଡ଼ାଙ୍କୁ ନୂତନ କନ୍ଧମାଳ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଆଜି ଏକ ପ୍ରେସ୍ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି ରାଜ୍ୟ କଂଗ୍ରେସ ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ। ଶ୍ରୀ ପରିଡା ପୂର୍ବରୁ ଜିଲ୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ସଭାପତି, ଦୁଇ ଥର ପିସିସି ସମ୍ପାଦକ,ନିର୍ବାଚନ ମଣ୍ଡଳୀ ପ୍ରଭାରୀ,ଲୋକସଭା ଇସ୍ତାହାର କମିଟି ସଦସ୍ୟ ସହିତ ବହୁ ଗୁରୁତ୍ବପୂର୍ଣ ପଦବିରେ ରହିଛନ୍ତି। ନୂତନ ଦାୟିତ୍ଵ ମିଳିବା ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କୁ କୃତଜ୍ଞତା ଜଣାଇବା ସହିତ କନ୍ଧମାଳ ଜିଲ୍ଲାରେ କଂଗ୍ରେସ ଦଳର ପୂର୍ବ ସ୍ଥିତି ଫେରାଇ ଅଣାଯିବ ବୋଲି ପ୍ରକାଶ କରିଛନ୍ତି ଶ୍ରୀ ପରିଡା। ଏ ନେଇ ରାଜ୍ୟ କଂଗ୍ରେସ ନିଷ୍ପତ୍ତି ନେବା ପରେ ଜିଲ୍ଲାର କଂଗ୍ରେସ ମହଲରେ ଖୁସିର ଲହରୀ ଖେଳିଯାଇଛି। ଦଳୀୟ ନେତା ଓ କର୍ମୀ ନୂତନ ସଭାପତି ଶ୍ରୀ ପରିଡାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.