କଣମଣା ପଂଚାୟତରେ ବିଜେଡି ସାଙ୍ଗଠନିକ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଂଚାୟତରେ ବିଜେଡି ସାଙ୍ଗଠନିକ ବୈଠକ ଏବଂ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥି ଲାଗି ଗୁରୁବାର ଟାକିରିଆବ୍ରହ୍ମପୁର ସ୍ଥିତ କନକ ଦୁର୍ଗା ମନ୍ଦିର ପରିସରରେ ଆୟୋଜିତ ବୈଠକ ରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଲୋଚନା କରିବା ସହିତ ଦଳୀୟ ସାଙ୍ଗଠନିକ କୁ ଅଧିକ ମଜବୁତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ବୈଠକରେ କଣମଣା ସରପଂଚ ବି. ଦମୟନ୍ତି, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍‌. ଚକ୍ରପାଣି ରେଡ୍ଡୀ, ଯୁବ ନତୋ ଜନାର୍ଦ୍ଦନ ସ୍ୱାଇଁ, ଗଣେଷ ସାହୁ, ରମେଶ ସାହୁ, ରାବଣା ସ୍ୱାମୀ ଓ ନାରାୟଣ ପ୍ରଧାନ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.