୧୫ ବର୍ଷିଆ ନାବାଳିକା ଦୁସ୍କର୍ମ ମାମଲାର ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଓ ୨୦ ହଜାର ଜୋରିମାନା

add-all

ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟ ର ବିଚାରପତି ମିହିର୍ ରଞ୍ଜନ ପରିଡ଼ା ଆଜି ଏକ ୧୫ ବର୍ଷୀୟା ନାବାଳିକା ର ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୧ଜଣ ସାକ୍ଷୀ,ଡାକ୍ତରୀ ରିପୋର୍ଟ୍ ଓ ପିଡିତାଙ୍କ ବୟାନ ଆଧାର ରେ ଘଟଣାର ଅଭିଯୁକ୍ତ ସରୋଜ ସାଣ୍ଢ (୨୬) କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ତାକୁ ଅଧିକ ୧୦ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ମାଲାକୁ ସରକାର ଙ୍କ ପକ୍ଷରୁ ପୋକ୍ସୋ କୋର୍ଟ ର ସ୍ବତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ। ସୁଚନା ଅନୁସାରେ ୨୦୧୭ ମସିହା ଜୁନ୍ ମାସ ୨୩ ତାରିଖ ଦିନ ଅଭିଯୁକ୍ତ ପିଡୀତ କୁ ଅପହରଣ କରିନେଇ ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡା ଗ୍ରାମରେ, ତା’ର ମାଉସୀ ଘରେ ରଖି ୧୫ ଦିନ ଧରି, ତାକୁ ଵିଵାହର ପ୍ରଲୋଭନ ଦେଖାଇ ଜୋର ଜବରଦସ୍ତି ତା ସହିତ ଶାରିରୀକ ସମ୍ପର୍କ ରଖିଥିଲା। ପିଡିତାଙ୍କ ଘର ଲୋକେ, ଖବର ପାଇ ପିଡୀତ ର ବାପା ଏ ସ°କ୍ରାନ୍ତରେ ଫିରିଙ୍ଗିଆ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ଥାନାଧିକାରୀ ଏକ ମାମଲା ୬୯/୧୭ ରୁଜୁ କରି, ୨୦୧୭ ମସିହା ଜୁଲାଇ ୧୧ ତାରିଖ ଦିନ ଫିରିଙ୍ଗିଆ ଵସ୍ ଷ୍ଟାଣ୍ଡରୁ ପିଡୀତାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ରେ ହାଜର କରେଇଥିଲେ। ଆଜି ବିଚାରପତି ସେହି ମାମଲାରେ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି ଏବଂ ପିଡୀତା ଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରିଵା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.