ଟିପିଏସ୍ଓଡିଏଲକୁ ମିଳିଲା ‘ବେଷ୍ଟ୍ ସିଏସ୍ଆର୍ ପ୍ରୋଜେକ୍ଟ୍ ଅଫ୍ ଦି ଇୟର’ ଆୱାର୍ଡ

add-all

ବ୍ରହ୍ମପୁର : ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍)କୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ‘ବେଷ୍ଟ୍ ସିଏସ୍ଆର୍ ପ୍ରୋଜେକ୍ଟ ଅଫ୍ ଦି ଇୟର ଆୱାର୍ଡ’ ମିଳିଛି । ପ୍ରୋଜେକ୍ଟ ‘ସକ୍ଷମ’ ଅଧିନରେ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ଇଣ୍ଡିଆନ୍ ସୋସିଆଲ୍ ଇମ୍ପାକ୍ଟ ଆୱାର୍ଡ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ପ୍ରକଳ୍ପ ଅଧିନରେ ମାନବ ସମ୍ବଳକୁ ନିଯୁକ୍ତି ସକ୍ଷମ କରିବା ସହ ନିଯୁକ୍ତି ଦିଗରେ ସହଯୋଗ ପ୍ରଦାନ କରାଯାଉଛି ।

ଏଭଳି ପଦକ୍ଷେପ ମାଧ୍ୟମରେ କମ୍ପାନୀ ତିନି ଶହରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରି ମାଣ୍ଡିଆ ଚାଷ, ଫୁଲ ଚାଷ ଓ ବାଡିବଗିଚା ଚାଷ ଭଳି ଜୀବିକା ସହ ସଂପୃକ୍ତ କରିପାରିଛି । ସେହିଭଳି ବହୁ ସଂଖ୍ୟାରେ ମହିଳା ଗୋଷ୍ଠୀ କମ୍ପାନୀର ସହଯୋଗରେ କୁକୁଡ଼ା ଚାଷ କରୁଛନ୍ତି। ଏମାନଙ୍କୁ କମ୍ପାନୀ ପକ୍ଷରୁ ବ୍ୟବସ୍ଥିତ ଢଙ୍ଗରେ ତାଲିମ ପ୍ରଦାନ କରାଯାଉଛି। କମ୍ପାନୀ ମହିଳା ଚାଷୀମାନଙ୍କୁ ବିହନ, ସାର, କୁକୁଡ଼ା ଚିଆଁ ସମେତ ଅନ୍ୟ ଆନୁଷଙ୍ଗିକ ସହାୟତା ମଧ୍ୟ ପ୍ରଦାନ କରୁଛି।

ଅନ୍ୟପକ୍ଷରେ.ଆସ୍କାଠାରେ ଥିବା ଟିପିଏସ୍ଓଡିଏଲ୍ ଧନ୍ଦାମୂଳକ ତାଲିମ କେନ୍ଦ୍ର ସ୍ଥାନୀୟ ଯୁବକମାନଙ୍କୁ କୁଶଳୀ କରି ଗଢ଼ି ତୋଳିବା ସହ ସେମାନଙ୍କ ପାଇଁ ନିଯୁକ୍ତ ସୁଯୋଗ ଆଣିଦେଉଛି। ବର୍ତ୍ତମାନ ସୁଦ୍ଧା କମ୍ପାନୀର ତାଲିମ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇ ଶତାଧିକ ଛାତ୍ରଛାତ୍ରୀ ସଫଳତାପୂର୍ବକ ଦେଶର ବିଭିନ୍ନ ରାଜ୍ୟରେ ନିଯୁକ୍ତି ପାଇଛନ୍ତି ।

ଏ ସମ୍ପର୍କରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ଶ୍ରେଷ୍ଠ ସିଏସ୍ଆର୍ ପ୍ରକଳ୍ପ ପୁରସ୍କାର ପାଇ ଆମେ ଖୁସି । ଏହି ପୁରସ୍କାର, ଯୁବକ ଓ ମହିଳାମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଥିବା ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଆଗାମୀ ସମୟରେ ଆମେ ସାମାଜିକ ଓ ଆର୍ଥିକ ଅଗ୍ରଗତି ଦିଗରେ ଆମର କାର୍ଯ୍ୟ ଜାରି ରଖିବୁ |

ad-week
Leave A Reply

Your email address will not be published.