ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ପୋଷ୍ଟର ଚିରାକୁ ନେଇ ଟାଉନ ଥାନାରେ ରୁଜୁ ହେଲା ମାମଲା

add-all

ବ୍ରହ୍ମପୁର : ଆଗକୁ ରହିଛି ସାଧାରଣ ନିର୍ବାଚନ ତେବେ ଏଭଳି କଂଗ୍ରେସ ପୋଷ୍ଟର ଚିରାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଅସନ୍ତୋଷ ଜାହିର କରାଯାଇଛି।କଂଗ୍ରେସ ଭବନ ବାପୁଜି ଆଶ୍ରମ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବ ଜିଲ୍ଲା ସଭାପତି ଦୀପକ ପଟ୍ଟନାୟକ।ଗତକାଲି ମାଧ୍ୟରାତ୍ରୀ କେହି ଜଣେ ଦୁର୍ବୃତ୍ତ କଂଗ୍ରେସ କାର୍ଯ୍ୟାଳୟ ଉପରେ ଲାଗିଥିବା ବଡ଼ ବ୍ୟାନର କୁ ଚିରି ଫୋପାଡ଼ି ଦେଇଛି। *ଗତ କାଲି ବିଳମ୍ବିତ ରାତ୍ରୀରେ କିଛି ଦୁର୍ବୃତ୍ତ କଂଗ୍ରେସ ଅଫିସ୍ ଉପରକୁ ଚଢ଼ି ପିସିସି ସଭାପତି ଓ ଜିଲ୍ଲା ସଭାପତିଙ୍କ ଲାଗିଥିବା ଦଳୀୟ ବ୍ୟାନରକୁ ଚିରି ଫିଙ୍ଗି ଦେଇଛନ୍ତି । ଦଳୀୟ ଅଫିସ୍ ଉପରେ ଏପରି ଆକ୍ରମଣ ଗଣତନ୍ତ୍ର ପାଇଁ ଅଶୁଭଙ୍କର ନୁହେଁ।ଯାହାକି ଏକ ଗଣତନ୍ତ୍ର ରାଷ୍ଟ୍ରରେ ସୁସ୍ଥ ରାଜନୀତି ର ବାତାବରଣ ନୁହେଁ ବୋଲି ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏନେଇ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଟାଉନ ଥାନା ରେ ଲିଖିତ ଅଭିଯୋଗ କରାଯାଇଛି।ଯିଏ ଭି ଏଭଳି କାଣ୍ଡ ଭିଆଇଛି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି କଂଗ୍ରେସ।ଯୁବ କଂଗ୍ରେସ ସଭାପତି ବିକାଶ ନାୟକ, ମିଡିଆ ସେଲ ଅଧ୍ୟକ୍ଷ ତତ୍ ସତ ସୁବୁଦ୍ଧି , ଅତୁଲ୍ୟ ପାଢ଼ୀ, ରବି ଅଧିକାରୀ, ଶିବରାମ ପାତ୍ର, ସାଇ ପ୍ରସାଦ ପାତ୍ର, ସିଦାର୍ଥ ସାହୁ, ଶଙ୍କର ଅଧିକାରୀ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.