ବେକରେ ଫାଶୀ ଲଗେଇ ନାବାଳିକାର ମୃତ୍ୟୁ.. !

add-all

କୁଆଁରମୁଣ୍ଡା : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରା ଗ୍ରାମ ଭିମାଟୋଲା ଅଞ୍ଚଳରେ ଏକ ମର୍ମନ୍ତୁଦ ଅଘଟଣା ! ଯ୍ୟେନେକ ୧୫ ବର୍ଷୀୟ ନାବାଳିକା ଘରେ କେହି ନଥିବା ସମୟରେ ବେକରେ ଏକ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି ! ଏହାକୁ ନେଇ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ! ପୋଲିସ ସୂତ୍ରରୁ ପ୍ରକାଶ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରା ଗ୍ରାମ ଭିମାଟୋଲା ବସ୍ତି ଅଞ୍ଚଳର ସ୍ବାମୀ ସ୍ତ୍ରୀ ବସ୍ତି ଅଞ୍ଚଳକୁ ଏକ ବାହାଘର ଭୋଜି ଖାଇବାକୁ ଯାଇଥିଲେ ! ଭୋଜି ଖାଇ ଘରକୁ ଆସି ଦେଖିଲା ବେଳକୁ ତାଙ୍କ ୧୫ ବର୍ଷୀୟ ନାବାଳିକା ଝିଅଟି ନିଜ ଘର ଆଜବେଷ୍ଟସ ପାଇପରେ ବେକରେ ଗାମୁଛା ଗୁଡେ଼ଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ! ଏହା ଦେଖି ଆତ୍ମହତ୍ୟା କରିଥିବା ନାବାଳିକା ର ପରିବାର ଲୋକେ କୁଆଁରମୁଣ୍ଡା ପୋଲିସ କୁ ସୂଚନା ଦେଇଥିଲେ !ଏ ଏସ ଆଇ ଶ୍ରୀନିବାସ ଦାସ ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବେବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ପକ୍ଷରୁ ପ୍ରକାଶ !

ad-week
Leave A Reply

Your email address will not be published.