ଘରୋଇ ନର୍ସରୀ ସ୍କୁଲର ଛାତ୍ରକୁ ମାଡ଼ ମାରି ଶିକ୍ଷକ ଗିରଫ…

add-all

ଉମରକୋଟ: ସପ୍ର ( ୨୨/୦୩/୨୦୨୩) ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର । ଗୁରୁ ସାକ୍ଷାତ ପରମ ବ୍ରହ୍ମା ତତ୍ସମେଁ ଶ୍ରୀ ଗୁରୁଃଭେ ନମଃହ। ଏହି କଥାରେ ଜାଣି ହୁଏ ଗୁରୁ ନମସ୍ୱ କିନ୍ତୁ ଜଣେ ଜଣେ ଗୁରୁ ଏପରି ଅଛନ୍ତି ସେମାନଙ୍କ ଗରୁ କହିଲେ ଅପମାନ । ସୂଚନା ପ୍ରକାରେ ଗତ କାଲି ୨୧/୦୩/୨୦୨୪ ରିଖରେ କୁନ୍ଦେଇ ଥାନା ଅନ୍ତର୍ଗତ କାନାଡିହି ଗ୍ରାମର ଲଗନୁ ଶତନାମୀର ପାଞ୍ଚ ବର୍ଷର ପୁଅ ଧନରାଜ ଶତନାମୀ ସକାଳେ ସବୁଦିନ ପରି ନିଜ ଗ୍ରାମ କାନାଡିହିରେ ବିର୍ସା ମୁଣ୍ଡା ଇଂଲିଶ ମିଡିୟମ ପବ୍ଲିକ ସ୍କୁଲକୁ ଯାଇଥିଲେ, ସ୍କୁଲର ଫେରିବା ପରେ ଧନରାଜର ମା ପୁଅର ସାର୍ଟ ଖୋଲିବା ସମୟରେ ଦେଖିବାକୁ ପାଇଥିଲେ ତାର ଦେହ ସାରା ଲହୁ ଲୁହାଣ ହେଇଛି। କିପରି ହେଲା ପୁଅକୁ ପଚାରିବାରୁ କହିଲେ ସ୍କୁଲର ସାର (sir) ଜୟ କୁମାର ଗଣ୍ଡ ମୋତେ ମାରିଛି। ଧନରାଜର ବାବା ଜଣେ ଖଟିଖିଆ ଦିନ ମୋଜୁରୀ କରି ଅତି କଷ୍ଟରେ ଉଛ ଆଶା ନେଇ ପୁଅକୁ ପାଠ ପଡାଇ ଭଲ ମନୁଷ୍ୟ କରିବାକୁ ପବ୍ଲିକ ଇଂଲିଶ ମିଡିୟମରେ ଭର୍ତ୍ତୀ କରିଥିଲେ। ବାବା, ମା ଏହି ପରି ଅମାନୁଷିକ ଶିକ୍ଷକଙ୍କ, ନିଜ ପୁଅକୁ ମାଡ଼ ମାରିବା ଦେଖି କାନ୍ଦି କାନ୍ଦି ଚେତା ହରାଇଥିଲେ। ସାହି ବାସିନ୍ଦା ମାନଙ୍କ ସହାୟତରେ ପ୍ରଥମେ ହାଟଭରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ଚିକିତ୍ସା କରିବା ପରେ କୁନ୍ଦେଇ ଥାନାରେ ଯାଇ ଶିକ୍ଷକ ଜୟ କୁମାର ଗଣ୍ଡଙ୍କୁ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ। କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସେଠି ଅଭିଯୋଗକୁ ଗୁରୁତ୍ୱର ସହିତ ନେଇ କାଳ ବିଳମ୍ଭ ନ କରି ଶିକ୍ଷକ ଜୟ କୁମାର ଗଣ୍ଡଙ୍କୁ ଗିରଫ କରି ୪୯/୨୪ ରେ ଏକ କେସ ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି।

ad-week
Leave A Reply

Your email address will not be published.