ଆସିକା ରେ ପୁଣି ବାଲି ଲିଜଧାରୀ କୁ ବଟି ମାଗିବା ଅଭିଯୋଗ ରେ ଦୁଇ ଗିରଫ

add-all

ଵ୍ରହ୍ମପୁର; ୨୩-୦୩ ଆସିକା ଥାନା ରଘୁନାଥନଗର ନିଗମାନନ୍ଦ ମହାନ୍ତି ଙ୍କୁ ଦାଦାବଟି ମାଗିବା, ଧମକ ଚମକ ଦେବା ଅଭିଯୋଗରେ ଯୁବକ କୁ ଗିରଫ କରିଛି ଆସିକା ପୋଲିସ l କୋଟିନଡ଼ା ଥାନା ଅନ୍ତର୍ଗତ ବରଗାଁ ଅଂଚଳର ମହେଶ କୁମାର ନାୟକ ଗତ ତିନି ମାସ ହେଲା ବରଗାଁ ନରସିଂହପଲ୍ଲୀ ନଦୀ ପଠାରୁ ବାଲି ଉତ୍ତୋଳନ ପାଇଁ ଲିଜ ନେଇଥିବା ନିଗମାନନ୍ଦଙ୍କୁ ଗତ କିଛି ମାସ ହେଲା ଏକ ଲକ୍ଷ ଟଙ୍କା ଦାଦା ବଟି ମାଗୁଥିଲା l ଏନେଇ ନିଗମାନନ୍ଦ ଆସିକା ପୋଲିଥାନା ରେ ଏକ ଅଭିଯୋଗ କରିଥିଲେ l ଆସିକା ପୋଲିସ କେସ ନମ୍ବର ୨୨୬ ରେ ଏକ ମାମଲା ରୁଜୁ କରି ମହେଶ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l ଗିରଫ ମହେଶ ଠାରୁ ପୋଲିସ ଗୋଟିଏ ଖଣ୍ଡା ଏବଂ ମୋବାଇଲ ଜବତ କରିଛି l ସେହିଭଳି କୋଟିନଡ଼ା ଥାନା କଲେଜ ଛକର ରାକେଶ ସ୍ୱାଇଁ ଓ ବରଗାଁର ମହେଶ ଉଭୟ ମିଶି ଖଣ୍ଡା ଦେଖାଇ ଗାଁ ରେ ଭୟଭୀତ କରାଇ ବଟି ମାଗୁଥିଲେ l ଖବର ପାଇ କୋଟିନଡା ପୋଲିସ ଘଟଣା ସ୍ଥଳରେ ପହଂଚି ଗୋଟି କାର ଏବଂ ଖଣ୍ଡା ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ କୁହାଯାଇଛି। ଗତ ୧୮ ତାରିଖ ଦିନ ଆସିକା ସାଂସଦ ପ୍ରମିଳା ବିଷୋୟୀ ଙ୍କ ଦୁଇ ନାତିଙ୍କ ସମେତ ୨୫ ଜଣ ଙ୍କ ନାମରେ ବାଲି ଲିଜଧାରୀ ଙ୍କ ଗାଡିକୁ ଅଟକାଇବା ଓ ଦାଦା ବଟି ମାଗିବା ଅଭିଯୋଗ ରେ ଥାନା ରେ ମାମଲା ରୁଜୁ ହୋଇଛି। ଆସିକା ରେ ବାଲି ବ୍ୟବସାୟ ରେ ମାତ୍ରାଧିକଲାଭ ଯୋଗୁଁ ମାଫିଆ ମାନେ ସକ୍ରିୟ ହୋଇ ଦାଦା ବଟି ମାଗିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ବାଲି ବ୍ୟବସାୟ କୁ ନେଇ ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ସୃଷ୍ଟି ହେବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.