ଆସିକା ଲୋକସଭା ରେ କୋଦଳା ମାଟିର ଦୁଇ ଝିଅଙ୍କ ମଧ୍ୟରେ ଲଢ଼େଇ…

add-all


ବ୍ରହ୍ମପୁର: ୨୭-୩ ବହୁ ଚର୍ଚ୍ଚିତ ଆଜି ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ରଞ୍ଜିତା ସାହୁଙ୍କ ନାମ ପ୍ରାର୍ଥୀ ଭାବେ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ବିଜେପି ପୂର୍ବରୁ ଅନିତା ଶୁଭ ଦର୍ଶିନୀ ଙ୍କ ନାମ ଘୋଷଣା କରିଛି। ଆସିକା ସଂସଦୀୟ କ୍ଷେତ୍ରରେ ଏବେ କୋଦଳା ମାଟିର ଦୁଇ ଝିଅଙ୍କ ମଧ୍ୟରେ ହେବି ୱେଟ ଲଢ଼େଇ ହେବ। ପୂର୍ବରୁ ଆସିକା ସଂସଦୀୟ କ୍ଷେତ୍ରରେ ବିଜେପି ପକ୍ଷରୁ ପ୍ରଥମ ଥର ପାଇଁ ଅନିତା ଶୁଭ ଦର୍ଶିନୀ ଗତ ୨୦୧୯ରେ ନିର୍ବାଚନ ଲଢ଼ିଥିଲେ। ପ୍ରମିଳା ବିଷୋୟୀ ଙ୍କ ଠାରୁ ପରାଜୟ ବରଣ ହୋଇଥିଲେ। ଏବେ ରାଜନୈତିକ ମଇଦାନ ରେ ନୂଆଁ ମୁହଁ ଭାବେ ପୁଣି ବିଜେଡ଼ି ଆସିକା ସଂସଦୀୟ କ୍ଷେତ୍ରରେ ମହିଳା କାର୍ଡ ଖେଳିଛି। ଆସିକା ସଂସଦୀୟ କ୍ଷେତ୍ର ପାଇଁ ବିଜେଡ଼ି ପକ୍ଷରୁ ବହୁ ଆଶାୟୀ ରହିଥିଲେ। ସମସ୍ତଙ୍କୁ ବାଦ ଦେଇ ରଞ୍ଜିତା ସାହୁ ବାଜି ମାରିନେଲେ ଟିକେଟ ପାଇ। ବିଜେପି ର ପ୍ରାର୍ଥୀନୀ ଅନିତା ହେଉଛନ୍ତି ଗଞ୍ଜାମ ଟାଇଗେର ସ୍ୱର୍ଗତ ରାମକୃଷ୍ଣ ପଟ୍ଟନାୟକ ନାୟକଙ୍କ କନ୍ୟା। ବିଜେଡ଼ି ର ନୂଆଁ ମୁହଁ ଭାବେ କୋଦଳା ର ପୂର୍ବତନ ନଗରପାଳ ହରସାହୁଙ୍କ କନ୍ୟା ରଞ୍ଜିତା ଉଭା ହୋଇଛନ୍ତି। ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଗତ ୧୯୯୭ ମସିହାରୁ ଜନତାଦଳ ଓ ବିଜୁଜନତା ଦଳର ଗଡ଼ ଭାବେ କବ୍ଜାରେ ରହିଛି। ଆଜି ରଞ୍ଜିତା ସାହୁ ଙ୍କୁବିଜେଡ଼ି ନିର୍ବାଚନ ମଇଦାନ ରେ ଓହ୍ଲାଇ ସମସ୍ତଙ୍କୁ ଚକିତ କରିଛି। ଭୋଟର କାହାକୁ ଗ୍ରହଣ କରୁଛନ୍ତି, ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.