ଗଞ୍ଜାମ ଜିଲ୍ଲାର କିଛି ଟିକେଟ ପାଇଥିବା ବ୍ୟକ୍ତିଙ୍କ ହୋଇପାରେ ପୁଣି ପରିବର୍ତ୍ତନ ..!

add-all


ବ୍ରହ୍ମପୁର: ୯-୪ ଗଞ୍ଜାମ ଜିଲ୍ଲାର କିଛି ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ଟିକେଟ ପାଇଥିବା ବ୍ୟକ୍ତିଙ୍କ ଟିକେଟ ପୁଣି ଥରେ ପରିବର୍ତ୍ତନ ହେବ ବୋଲି ଜୋରଦାର ଚର୍ଚ୍ଚା ହେଲାଣି। ଗଞ୍ଜାମ ଜିଲ୍ଲାରେ ଗୋଷ୍ଟି କନ୍ଦଳ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପ୍ରଥମେ ବିଜେପି ତା ପଛକୁ ବିଜେଡ଼ି ନିଜ ନିଜର ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲାର କେବଳ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ର ଦବଦବା ରହିଛି। ଅନ୍ୟ ନିର୍ବାଚନ ମଣ୍ଡଳୀ ରେ ସିଧା ବିଜେପି ଓ ବିଜେଡ଼ି ମଧ୍ୟରେ ଲଢ଼େଇ ଜୋର ଦାର ହେବ। କିଛି ନିର୍ବାଚନ ମଣ୍ଡଳୀ ରେ ଟିକେଟ ବଣ୍ଟନ ପରେ ଗୋଷ୍ଟି କନ୍ଦଳ ତୀବ୍ରତର ହେବାରେ ଲାଗିଛି। ଆଶାୟୀ ମାନେ ଏବେ ବି ନିଜ ଜିଦରେ ଅଟଳ ରହିଛନ୍ତି। ଆସନ୍ତା ସଂକ୍ରାନ୍ତି ମଧ୍ୟରେ ପୁଣି କିଛି ନିର୍ବାଚନ ମଣ୍ଡଳୀ ରେ ପରିବର୍ତ୍ତନ ହେବାର ଆଭାସ ମିଳିଲାନି। ଏପଟେ ଟିକେଟ ପାଇ ମନେ ମନେ ଲଡ଼ୁ ଖାଉଥିବା ନେତାଙ୍କ ଜିତିବାର ନିଶା ଟିକେ ଛାଡ଼ିଗଲାଣି ବୋଲି ଚର୍ଚ୍ଚା ଜୋର ଧରିଛି। ଏଭଳି ପରିସ୍ଥିତି ରେ କର୍ମୀ ମାନେ କୋ କୂଳ କୁ ଯିବେ ତାହାକୁ ନେଇ ରାଜନୈତକ ପଣ୍ଡିତ ମାନେ ଅଙ୍କ କଷା ଆରମ୍ଭ କରିଦେଲେଣି। ପରିବର୍ତ୍ତନ ସ୍ୱର ର ନାଁ ଶୁଣି ଟିକେଟ ପାଇଥିବା ନେତାଙ୍କ ମଧ୍ୟରେ ଛନକା ପଶିଥିବା ଦେଖିବାକୁ ମିଳିଛି। ରାଜନୀତି ପଷାପାଲି ରେ ସବୁ କିଛି ସମ୍ଭବ ପ୍ରାର୍ଥୀ ଦେଖି ପୁଣି ପ୍ରାର୍ଥୀ ପରିବର୍ତ୍ତନ ହେବା ପ୍ରାୟ ନିଶ୍ଚିତ ହୋଇଥିବା ଖବର ମିଳୁଛି। ଯାହାକୁ ନେଇ ଗଞ୍ଜାମ ଜିଲ୍ଲାର ରାଜନୈତିକ ସମ୍ମିକରଣ ମଧ୍ୟ ବଦଳି ବାକୁ ଯାଉଛି l ଯଦି ଟିକଟ ପାଇଥିବା ବ୍ୟକ୍ତି ଙ୍କ ଟିକଟ ବଦଳାଇ ଦିଆ ଯିବ ତାହାବି ଅସନ୍ତୁଷ୍ଟ ର ବିଦ୍ରୋହ ଘନୀଭୂତ ହୋଇପାରେ l ଦେଖାଯାଉ ଯଦି ଏହି ପ୍ରକ୍ରିୟା ଆରମ୍ଭ ହୁଏ ତାହା କେଉଁ ଚାପରେ ନା ଗୋଷ୍ଠୀ କନ୍ଦଳ ଭୟରେ ତାହା ସମୟ କହିବ..

ad-week
Leave A Reply

Your email address will not be published.