ବିଜେଡ଼ି ରେ ପୁଣି ମୁଣ୍ଡ ଗୁଞ୍ଜିବେ ଦେବରାଜ ମହାନ୍ତି….!

ନେତା ଏବେ ଟିକେଟ ପାଇଁ ବାୟା….!

add-all


ବ୍ଵ୍ରହ୍ମପୁର : ୩-୫ ଗଞ୍ଜାମ ଜିଲ୍ଲାରେ ଘଡ଼ିକେ ଘୋଡ଼ା ଛୁଟୁଛି। ନାମାଙ୍କନ ପତ୍ର ଦାଖଲ ସରିଥିଲେ ବି ଦଳ ଡିଆଁ ପର୍ବଆସିକା ଅଞ୍ଚଳ ରେ ଜାରି ରହିଛି। ବିଜେପି ରୁ ଟିକେଟ ପାଇବାରୁ ବଞ୍ଚିତ ହୋଇ ଦଳରୁ ଇସ୍ତଫା ଦେଇଥିଲେ ଆସିକା ର ପୂର୍ବତନ ବିଧାୟକ ଦେବରାଜ ମହାନ୍ତି। ଆଜି ବିଜେଡ଼ି ର ହର୍ତା କର୍ତ୍ତାଙ୍କ ସ୍ମରଣଙ୍କ ନିକଟରେ ଯାଇ ଦଳରେ ସାମିଲ ହେବାର ସଂକେତ ଦେଇଛନ୍ତି ଦେବରାଜ ବୋଲି ଚର୍ଚ୍ଚା ହେଉଛି। କୌଣସି ଦଳରୁ ଟିକେଟ ପାଇବାରୁ ବଞ୍ଚିତ ହେବା ପରେ ତୋବିନା ଅନ୍ୟ ଗତି ନାହିଁ ନୀତିରେ ଏବେ ବିଜେଡ଼ି ରେ ସାମିଲ ହେବେ ଦେବରାଜ ବୋଲି ଚର୍ଚ୍ଚା ଜୋର ଧରିଛି। ଗଞ୍ଜାମ ଜିଲ୍ଲାରେ ଏବେ ବିଜେଡ଼ି ଡେମେଜ କଣ୍ଟ୍ରୋଲ କରିବାକୁ ପୁରୁଖା ଓ ଅସନ୍ତୋଷ ନେତା ମାନଙ୍କୁ ବିଭିନ୍ନ ପଦ ପଦବୀ ରେ ଥଇଥାନ କରିବାକୁ ପ୍ରୟାସ ଆରମ୍ଭ କରିଛି।ହେଲେ ଦେବରାଜ ମହାନ୍ତି ଙ୍କୁ ବିଜେଡ଼ି ବଡ଼ ଲଳିପୋପ ଦେବ ବୋଲି ଆସିକା ରେ ଚର୍ଚ୍ଚାର ବିଷୟ ହେଇଛି। ଆସିକା ରେ ସୋରଜ ପାଢ଼ୀ ଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ବିଜେପି ର ପୁରୁଖା ନେତାଙ୍କ ଦେଖା ମିଳୁନାହିଁ।ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ରୋଚକ ସ୍ଥିତିରେ ରହିଛି। ବିଜେଡ଼ି ବିଜେପି ମଧ୍ୟରେ ସିଧାସଳଖ ଫାଇଟ ହେବାର ସମ୍ଭାବନା ଦେଖା ଦେଇଛି। କଂଗ୍ରେସ କେବଳ ଦଳକୁ ବଞ୍ଚେଇବା ପାଇଁ ନିର୍ବାଚନ ଲଢ଼ୁଥିବା ଭଳି ଦେଖିବକୁ ମିଳିଛି। ଦେବରାଜ ଶାସକ ଦଳରେ ସାମିଲ ହେଲେ ବିଜେଡ଼ି ସୁଦୃଢ଼ ହେବ ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି ।

ad-week
Leave A Reply

Your email address will not be published.