ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର

ଫୁଲବାଣୀ / ଜି ଉଦୟଗିରି : ଵିଜୁ ଜନତାଦଳ (ଵିଜେଡି)ର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ସୋମବାର ଜି.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି। ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକରେ ସଂକଳ୍ପ ସମାବେଶ, କର୍ମୀ ସମ୍ମିଳନୀରେ ଯୋଗଦେବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି। ପୂର୍ବାହ୍ନରେ ଦାରିଙ୍ଗବାଡି ବ୍ଲକର ଝିଞ୍ଜିରିଗୁଡାରେ ଆୟୋଜିତ ସଂକଳ୍ପ ସମାବେଶରେ ଯୋଗଦେଇ ଓଡ଼ିଶାର ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ଆର୍ଶୀବାଦ ପ୍ରଦାନ କରିବା ସହ ଜି.ଉଦୟଗିରି ନିର୍ବାଚନମଣ୍ଡଳୀକୁ ଏକ ଉନ୍ନତ ନିର୍ବାଚନମଣ୍ଡଳୀ ତଥା କନ୍ଧମାଳ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଏହି ସଙ୍କଳ୍ପ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ, ବିଜେଡ଼ିର ଜି. ଉଦୟଗିରି ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ, ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ ପ୍ରଦାନ କରିବାକୁ ନିବେଦନ କରିଥିଲେ ।

ଏହି ସମାବେଶରେ ୮ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ପ୍ରାୟ ୨ହଜାରରୁ ଉର୍ଦ୍ଧ୍ଵ କର୍ମୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ।ପରେ‌ ଅପରାହ୍ନରେ ରାଇକିଆ ବ୍ଲକର ବଡଵାରବାରେ ଏକ କର୍ମୀ ସମାବେଶରେ ଶ୍ରୀ ସାମନ୍ତ ଯୋଗ ଦେଇଥିଲେ । ଏହି କର୍ମୀ ସମ୍ମିଳନୀରେ କରଡା, ବଡ଼ବାରବା, ଇନ୍ଦ୍ରଗଡ ଓ ରଣବା ଆଦି ୪ ପଞ୍ଚାୟତର କର୍ମୀ ଯୋଗଦେଇଥିଲେ । ଏହି ସମାବେଶରେ ଵିଜେଡିର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଯୋଗ ଦେଇ ଭୋଟ ଭିକ୍ଷା କରିଥିଲେ। ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ସମସ୍ତେ ଆଶୀର୍ବାଦ ପ୍ରଦାନ କରିବାକୁ ଶ୍ରୀ ସାମନ୍ତ ନିବେଦନ କରିଥିଲେ। କନ୍ଧମାଳ ଜିଲ୍ଲାକୁ ଏକ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ସହ ଘୁ.ଉଦୟଗିରି କୁ ଏକ ଉନ୍ନତ ନିର୍ବାଚନ ମଣ୍ଡଳୀରେ ପରିଣତ କରିବା ପାଇଁ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ସହଯୋଗ, ସମର୍ଥନ ଯୋଗାଇ ଦେବାକୁ ଶ୍ରୀ ସାମନ୍ତ ଅନୁରୋଧ କରିଥିଲେ। ଏହି କର୍ମୀ ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ଵିଜେଡିପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, ମହିଳା ଵିଜେଡି ରାଜ୍ୟ ସାଧାରଣ ତମ ସଂପାଦିକା ପୁନମ କହଁର ପ୍ରମୁଖ ଉପସ୍ଥିତ ଥିଲେ। ବର୍ଷା ସତ୍ବେ କର୍ମୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଶ୍ରୀ ସାମନ୍ତ ଫୁଲବାଣୀ ଫେରିବା ବାଟରେ ଟିକାବାଲି ବ୍ଲକ ଅନ୍ତର୍ଗତ ଟୁଡୁବାଲି ଠାରେ ଅପେକ୍ଷାରତ ଜନସାଧାରଣ ଙ୍କୁ ଭେଟି ବାର୍ତ୍ତାଳାପ କରିବା ସହ ଭୋଟ ଭିକ୍ଷା କରିଥିଲେ। ଶ୍ରୀ ସାମନ୍ତ ସେଠାରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ନୃତ୍ୟ, ଓ ବାଦ୍ୟ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ସାମନ୍ତଙ୍କୁ ଭେଟିବା ପାଇଁ ଲୋକମାନେ ଧୈର୍ଯ୍ୟର ସହ ଦୀର୍ଘ ସମୟଧରି ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏଥିରୁ ଶ୍ରୀ ସାମନ୍ତଙ୍କ ପ୍ରତି ସାଧାରଣ ଜନତାଙ୍କ ଭଲ ପାଇବା ବେଶ୍ ଭାରି ହୋଇ ପଡ଼ୁଥିଲା।

nis-ad
Leave A Reply

Your email address will not be published.