ଅବ୍ୟବସ୍ଥା ଘେରରେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ

add-all

ଡ୍ରେନେଜ ପାଣି ରାସ୍ତା ଉପରେ…….
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର କିଛି ୱାର୍ଡ଼ ବାସିନ୍ଦା ହଟହଟା ର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନ ଆରମ୍ଭ ନହେଉଣୁ ଛତ୍ରପୁର ରାମ ଲକ୍ଷ୍ମୀ ନଗର ଚତୁର୍ଥ ଲାଇନ ରେ ଡ୍ରେନେଜ ପାଣି ରାସ୍ତା ଉପରକୁ ଆସି ପୁତିଗନ୍ଧମୟ ହୋଇଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନ ହେଲା ଏଅଞ୍ଚଳ ର ଡ୍ରେନେଜ ଗୁଡ଼ିକ ସଫା କରାଯାଉନଥିବା ଫଳରେ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଡ୍ରେନେଜ ପାଣି ରାସ୍ତା ଉପରେ ଆସିବା ଫଳରେ ମଶା ମାଛି ବଂଶ ବୃଦ୍ଧି ହୋଇଛି। ପୁଙ୍ଗୁଳା ଡ୍ରେନଜ ଥିବା ଯୋଗୁଁ କିଛି ଲୋକେ ଡ୍ରେନଜ ରେ ମଇଳା ପକେଇବା ଫଳରେ ଏହି ଅବସ୍ଥା ଦେଖାଦେଇଛି। ଏହି ସବୁ ଅଞ୍ଚଳ ରେ ଡ୍ରେନେଜ ହେବା ପରଠାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସଫା କରାଯାଇନାଥିବା ଅଭିଯୋଗ ହେଉଛି। ଛତ୍ରପୁର ରେ ଜିଲ୍ଲାପାଳ ଠାରୁ ବଡ଼ ବଡ଼ ବାବୁ ମାନେ ରହୁଥିଲେ ବି କେବେବି କୌଣସି ଅଞ୍ଚଳ ପରିଦର୍ଶନ ରେ ଆସୁନଥିବା ଲୋକେ କହୁଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ବର୍ଷା ପୂର୍ବରୁ ସଫା କରିବା ସହ ପୁଙ୍ଗୁଳା ଡ୍ରେନେଜ ଉପରେ ଘୋଡଣି ଢାଙ୍କି ବାକୁ ଦାବୀ ହେଉଛି।

ad-week
Leave A Reply

Your email address will not be published.