ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ପୋଲିସ ଓ ସୁରକ୍ଷା କର୍ମୀଙ୍କ ନିୟମିତ କମ୍ବିଙ୍ଗ ଅପରେସନ, ମାଓ ସଂଗଠନର ବରିଷ୍ଠ ନେତା ଙ୍କ ଶାରୀରିକ ଓ ମାନସିକ ନିର୍ଯ୍ୟାତନାରେ ଅତିଷ୍ଟ ହୋଇ କେ କେ ବିଏନ ଡିଭିଜନର (ଡି ସିଏମ ) ଡିଭିଜନାଲ କମିଟି ମେମ୍ବର ସମୟ ମାଡକାମ ଦକ୍ଷିଣା ଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ, କନ୍ଧମାଳ ଏସ ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛି । ମାଓ ନେତା ସମୟର ଘର ଛତିଶଗଡ ର ସୁକୁମା ଅଂଚଳରେ । ସମୟ ୨୦୦୫ ଅକ୍ଟୋବର ମାସରେ ମାଓଇଷ୍ଟ ରେ ସାମିଲ ହୋଇଥିଲା । ସମୟ ଅନେକ ଗୁଡିଏ ମାଓ ହିଂସା ଘଟଣା ରେ ସାମିଲ ଥିଲା । ତା ନାମରେ କନ୍ଧମାଳ ବୌଦ ଓ ନୂଆପଡା ଅଂଚଳରେ ୧୭ ରୁ ଉର୍ଦ୍ଧ ମାମଲା ରହିଛି l ସେହିପରି ଛତିଶଗଡ଼ ଅଂଚଳରେ ତା ନାମରେ ସିରିଜ ମାମଲା ଥିବା କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଏସ ପି ଭାବେ ଦାଇତ୍ବ ଗ୍ରହଣ ପରଠାରୁ ମାଓ ଦମନ ରଣ ନୀତି ଯୋଗୁଁ ଜିଲାରେ ମାଓ ଗତିବିଧି ହ୍ରାସ ପାଇଛି । ଏସପି ପାତ୍ରଙ୍କ ନିଷ୍ଠାପର ଉଦ୍ୟମ, କାର୍ଯ୍ୟ ଦକ୍ଷତା, ଅଭିଜ୍ଞତା, ଉନ୍ନତ ଜ୍ଞାନ କୌଶଳ ଯୋଗୁଁ ଅନେକ ମାଓ କ୍ୟାମ୍ପ ଧ୍ବଂସ କରାଯିବ ସହ ମାଓ ସାମଗ୍ରୀ ଜବତ, ଗୁଳି ବିନିମୟରେ ଅନେକ ଦୁର୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ, ହୋଇଛି । ଫଳରେ ମାଓହିଂସା କମିଥିବା ଲକ୍ଷ କରାଯାଉଛି । ପୂର୍ବରୁ କିଛି ଆତ୍ମସମର୍ପଣ ବି କରିଛନ୍ତି ।ସେହିପରି ପୋଲିସ ଓ ସୁରକ୍ଷା କର୍ମୀଙ୍କ ମାଓ ଦମନ କାର୍ଯ୍ୟ ଯୋଗୁଁ ମାଓ ନେତା ସମୟ ନିଜର ଶେଷ ସମୟ ଆସିବା ପୂର୍ବରୁ ଆତ୍ମସମର୍ପଣର ପନ୍ଥା ବାଛିନେଇଥିଲେ l ଆଗକୁ ସାଧାରଣ ନିର୍ବାଚନ ଥିବାରୁ କମ୍ବିଙ୍ଗ ଅପରେସନ ନିୟମିତ ଜାରି ରହିବ ।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ କମ୍ବିଙ୍ଗ ଅପରେସନ ନିୟମିତ ଜାରି ରହିବ । ଜିଲ୍ଲାରେ ମୁକ୍ତ,ଅବାଧ ନିରପେକ୍ଷ,ନିର୍ବାଚନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଏସପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି ।
