ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା

ଫୁଲବାଣୀ : କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ପଦାକାରୀ ଡଃ.ଅଶ୍ୱିନି କୁମାର ୟାଦବ ସାଧାରଣ ପର୍ଯ୍ୟବେକ୍ଷକ, ଭାରତୀୟ ପୁଲିସ୍ ସେବାର ବରିଷ୍ଠ ପଦାଧିକାରୀ ଶୈଳେନ୍ଦ୍ର କୁମାର ସିହ୍ନା ଆରକ୍ଷୀ ପର୍ଯ୍ୟବେକ୍ଷକ, ଭାରତୀୟ ରାଜସ୍ବ ସେବା(ଶୁଳ୍କ)ର ବରିଷ୍ଠ ପଦାଧିକାରୀ ଶ୍ରୀ ମିଶ୍ର, ଏବଂ ୮୨-ବାଲିଗୁଡ଼ା, ୮୩-ଘୁ. ଉଦୟଗିରି ଓ ୮୪-ଫୁଲବାଣୀ ବିଧାନସଭା ପାଇଁ ଭାର ରତୀୟ ରାଜସ୍ବ ସେବା(ଶୁଳ୍କ)ର ବରିଷ୍ଠ ପଦାଧିକାରୀ ଶ୍ରୀ ଏସ୍. ଅରୁନ୍ କୁମାର ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ କନ୍ଧମାଳ ଜିଲ୍ଲାରେ ଯୋଗ ଦେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ- ୨୦୨୪ ପାଇଁ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ପାଇଁ ୧୩-କନ୍ଧମାଳ ସଂସଦୀୟ କ୍ଷେତ୍ର ଏବଂ ୮୨- ବାଲିଗୁଡ଼ା, ୮୩- ଘୁ.ଉଦୟଗିରି ଓ ୮୪-ଫୁଲବାଣୀ ବିଧାନସଭା ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ପର୍ଯ୍ୟବେକ୍ଷକ ଡଃ. ୟାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରାର୍ଥୀ ତ‌ଥା ସେମାନଙ୍କର ଏଜେଣ୍ଟମାନେ ନିର୍ବାଚନ ଖର୍ଚ୍ଚ ଉପରେ ଥ‌ିବା ସମସ୍ୟା ଉପରେ ଆଲୋଚନା କରିଥିଲେ ‌। ନିର୍ବାଚନ କାର୍ଯ୍ୟରେ ନିଯୁକ୍ତ ପୋଲିଂ ଅଧିକାରୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବାପାଇଁ ଡଃ. ୟାଦବ ପରାମର୍ଶ ଦେଇଥିଲେ। ସେହିପରି ଆରକ୍ଷୀ ପର୍ଯ୍ୟବେକ୍ଷକ ଶ୍ରୀ ସିହ୍ନା ସୁରକ୍ଷା ଦୃଷ୍ଟିକୋଣରୁ କେଉଁ କେଉଁ ପଦକ୍ଷେପ ନିଆଯିବା ଆବଶ୍ୟକ ସେ ବିଷୟରେ ଆଲୋଚନା କରିଥିଲେ । ବ୍ୟୟ ପର୍ଯ୍ୟବେକ୍ଷକ ଶ୍ରୀ ମିଶ୍ର ଓ ଶ୍ରୀ ଅରୁନ୍ କୁମାର ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା, ଠିକ୍ ସମୟରେ ନିର୍ବାଚନୀ ଖର୍ଚ୍ଚର ହିସାବ ନ ଦେଲେ କ’ଣ ଅସୁବିଧା ହେବ, ପେଡ୍ ନ୍ୟୁଜ୍ ଉପରେ ନେବାକୁଥିବା କାର୍ଯ୍ୟାନୁଷ୍ଠାନ ଇତ୍ୟାଦି ଉପରେ ଆଲୋଚନା କରିଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ, କନ୍ଧମାଳ ମଧ୍ୟ ରାଜନୈତିକ ବିଜ୍ଞାପନ ପାଇଁ ପ୍ରାକ୍ ସାର୍ଟିଫିକେସନ୍‌ର ଆବଶ୍ୟକ‌ତା, ନିର୍ବାଚନ ଏଜେଣ୍ଟଙ୍କ ଦ୍ୱାରା ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଖର୍ଚ୍ଚର ହିସାବ ରଖିବା, ପ୍ରଚାର ପତ୍ରରେ ପ୍ରକାଶକ ଓ ପ୍ରିଣ୍ଟରଙ୍କ ନାମ, ଠିକଣା ଓ ମୁଦ୍ରିତ କପିର ସଂଖ୍ୟା ସମ୍ମୁଖ ଭାଗରେ ସ୍ଥାନ ପାଇବ ଇବା ନେଇ ଆଲୋଚନା କରିଥିଲେ। ସାଧାରଣ ପର୍ଯ୍ୟବେକ୍ଷକ ଡଃ. ୟାଦବଙ୍କୁ ମୋବାଇଲ ନଂ ୮୪୮୦୪୩୮ ୩୮୯୨୯, ଆରକ୍ଷୀ ପର୍ଯ୍ୟବେକ୍ଷକ ଶ୍ରୀ ସିହ୍ନାଙ୍କୁ ମୋବାଇଲ୍ ନଂ. ୯୪୩୭୭୦୭୮୩୮, ବ୍ୟୟ ପର୍ଯ୍ୟବେକ୍ଷକ ଶ୍ରୀ ମିଶ୍ରଙ୍କୁ ୮୪୮୦୪୩୮୧୧୭ ଏବଂ ବ୍ୟୟ ପର୍ଯ୍ୟବେକ୍ଷକ ଏସ୍. ଅରୁନ୍ କୁମାରଙ୍କୁ ମୋବାଇଲ୍ ନଂ. ୪୮୦୪୨୨୬୭୪ ମାଧ୍ୟମରେରେ ନିର୍ବାଚନ ସମ୍ପର୍କୀତ ଅଭିଯୋଗ ଏବଂ ସମସ୍ୟା ଜଣାଇପାରିବେ ବୋଲି ପର୍ଯ୍ୟବେକ୍ଷକମାନେ କହିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତ‌ଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ରତ୍ନାକର ସାହୁ ବୈଠକ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ(ନିର୍ବାଚନ) ରମେଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଉପ-ଜିଲ୍ଲାପାଳ, କନ୍ଧମାଳ ଚିତ୍ତ ରଞ୍ଜନ ମହାନ୍ତ , ଡେପୁଟି କଲେକ୍ଟର, ନିର୍ବାଚନ ଡି. ମାଲେଶ୍ଵର ପାତ୍ରରଙ୍କ ସମେତ ନିର୍ବାଚନ ଖର୍ଚ୍ଚ ସହିତ ସଂଶ୍ଲିଷ୍ଟ ଅନ୍ୟ ଅଧୁକାରୀ ତଥା ଟିମ୍ ସଦସ୍ୟ, ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀ ଓ ସେମାନଙ୍କର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.