ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିରୋଧୀ ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ

ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକ ର ବିରୋଧୀ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ କର୍ମୀ। ଭୁବନେଶ୍ୱର ଶଙ୍ଖ ଭଵନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଶେରଗଡ଼ ବ୍ଳକ ବିଜେଡି ସଭାପତି ଶରତ ପାତ୍ର, ଶେରଗଡ଼ ବିଜେଡି ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଓ ହିଞ୍ଜିଳିକାଟୁ ବ୍ଲକ୍ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଙ୍କ ମିଳିତ ଉଦ୍ୟମରେ ଦୁଇ ଶହରୁ ଅଧିକ କର୍ମୀ ଓ ଛାତ୍ର ମାନେ ଭୁବନେଶ୍ଵର ଶଙ୍ଖ ଭଵନ ଠାରେ ମିଶ୍ରଣ ପର୍ବରେ ଯୋଗଦେଇଛନ୍ତି।

ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଙ୍କୁ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିରେ ସାମିଲ ହୋଇଥିବା ମଧ୍ୟରେ ଗିରିଜା ନନ୍ଦନ ପାତ୍ର, ପୁରୂଷୋତମ ସ୍ଵାଇଁ, ଜିତେନ୍ଦ୍ର କୁମାର ସାମଲ,ମିଅଜୟ କୁମାର ବରିହା, ଯୁଗଳ କିଶୋର ଜେନା, କେଦାର ପଟ୍ଟନାୟକ,ମିଥୁନ ସାମଲ,, ମଦନ ସେଠି, ମାଧବ ଗୌଡ, ଶିବରାମ ପ୍ରଧାନ,ସୁନିଲ ଗୌଡ ପ୍ରମୁଖଦୁଈ ଶହେରୁ ଊର୍ଦ୍ଧ କର୍ମୀ ଯୋଗ ଦେଇଛନ୍ତି। ହିଞ୍ଜିଳି ରେ ନିର୍ବାଚନକୁ ନେଇ ରାଜନୀତି ଉଷ୍ମତା ଦେଖିବାକୁ ମିଳିଥିବାବେଳେ ଅନେକ ବିରୋଧୀ ନେତା ଓ କର୍ମୀ ଅସନ୍ତୁଷ୍ଟ ହୋଇ ବିଜେଡିରେ ଯୋଗ ଦେଇଛନ୍ତି।

nis-ad
Leave A Reply

Your email address will not be published.