ବିଶ୍ଵ ଋତୁସ୍ରାବ ସ୍ବଚ୍ଛତା ଦିବସ ଅନୁଷ୍ଠିତ :ଗାଁ ରେ ନାପକିନ ବାଣ୍ଟି ସଚେତନ କଲେ ଗାନ୍ଧୀ ଫେଲୋସିପ ବିଦ୍ୟାର୍ଥୀ…

add-all

ଉମରକୋଟ( ୨୯/୦୫/୨୦୨୪) ନବରଙ୍ଗପୁର ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଏବଂ ସ୍ବେଛାସେବୀ ଅନୁଷ୍ଠାନ ପିରାମଲ ସ୍ବାସ୍ଥ୍ୟ ଓ ଏଲଡବ୍ଲୁଏସ ଆଇଟିର ମିଳିତ ଆନୁକୁଲ୍ୟରେ ଗତକାଲି ୨୮/୦୫/୨୦୨୪ ରିଖ ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ପଞ୍ଚାୟତ ଅନ୍ତର୍ଗତ ବିଜ୍ରାଗୁଡା ଗ୍ରାମ ଠାରେ ସ୍ଥାନୀୟ କିଶୋରୀ ବାଳିକାମାନଙ୍କ ଉପସ୍ଥିତିରେ ବିଶ୍ଵ ଋତୁସ୍ରାବ ସ୍ବଚ୍ଛତା ଦିବସ ଅନୁଷ୍ଠିତ ହୋଇ ଯାଇଅଛି। ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସମଲେଇ ପଣ୍ଡାଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ସଚେତନତା ସଭାରେ ମାସିକ ଋତୁସ୍ରାବ ଦିବସର ଗୁରୁତ୍ଵ ଏବଂ ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା।ଏହି ସଭାରେ ଏସ,ପି,ଏମ୍ ଚନ୍ଦ୍ର ଶେଖର ପଟ୍ଟନାୟକ,ଏଲ,ଡବ୍ଲୁ,ଏସ ଆଇଟି ପକ୍ଷରୁ ସତ୍ୟଶ୍ରୀ ନାୟକ,ପିରାମଲ୍ ସ୍ବାସ୍ଥ୍ୟ ପକ୍ଷରୁ ଧିରଜ ବାଘ୍, ଦେବ ପ୍ରସାଦ ହରିଜନ, ସ୍ଥାନୀୟ ବରିଷ୍ଠ ଶିକ୍ଷକ ଅଜୟ କୁମାର ନନ୍ଦ, ସି,ଏଚ,ଓ,ଲିଲି ରାଣୀ ପାଲ, ମହିଳା ସ୍ବାସ୍ଥ୍ୟ କର୍ମୀ ପଦ୍ମିନୀ ସାହୁ ପ୍ରମୁଖ ଉପସ୍ଥିତ ରହି କିଶୋରୀ ବାଳିକାମାନଙ୍କୁ ଋତୁସ୍ରାବ ସମୟରେ ସ୍ବଚ୍ଛତା ଏବଂ ନିରାପତ୍ତା ବିଷୟରେ ଅବଗତ କରାଇବା ସହିତ ଋତୁସ୍ରାବ ଏକ ଜୈବିକ ପ୍ରକ୍ରିୟା ଅଟେ ତେବେ ଏବେ ବି ସମାଜରେ ଏହାକୁ ନେଇ ଅନେକ ଦ୍ବନ୍ଦ ଓ ଅନ୍ଧବିଶ୍ବାସ ରହିଛି, ୨୦୧୪ ମସିହା ଠାରୁ ପ୍ରତ୍ୟେକ ବର୍ଷ ମେ ମାସ ୨୮ ତାରିଖକୁ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଭାବେ ପାଳନ କରି ଋତୁସ୍ରାବକୁ ନେଇ ଥ‌ିବା ସମସ୍ତ ଅନ୍ଧ ବିଶ୍ବାସକୁ ଦୂର କରି ସତର୍କ କରାଇବା ପାଇଁ ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ବୋଲି ସଚେତନ କରିଥିଲେ। ସଚେତନତା ସଭା ପରେ ଉପସ୍ଥିତ ୮୦ ରୁ ଉର୍ଦ୍ଧ କିଶୋରୀ ବାଳିକାମାନଙ୍କ ମଧ୍ୟରେ ଖେଳ ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରି କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ଗାନ୍ଧୀ ଫେଲୋସିପ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ଗାଁରେ କିଶୋରୀ ବାଳିକାମାନଙ୍କୁ ୧୦୦ ଗୋଟି ନେପକିନ ବାଣ୍ଟି ସଚେତନତାର ବାର୍ତ୍ତା ଦେଇଥିଲେ।ଏହି ସଚେତନତା ସଭା ଆୟୋଜନରେ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ର କର୍ମୀ ରାଧାମଣି ହରିଜନ, ସାବିତ୍ରୀ ଟାକ୍ରି, ଜେମାମଣି ବାଘ, ସିମ୍ରନ୍, ଟିନା ଗରଡ଼ା ଗାନ୍ଧୀ ଫେଲୋ ଅମ୍ରିତା ଲାକ୍ରା, ରିନା ସୁଧୀର ସିକଦାର, ଅମିତ୍ ଯାଦବ, ମାଖନ୍ ସିଂ ଧୂର୍ବେ ପ୍ରମୁଖ ସହୋଯୋଗ କରିଥିଲେ।ଶେଷରେ ସି,ଏଚ,ଓ,ଲିଲି ରାଣୀ ପାଲ ଉପସ୍ଥିତ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପନ କରିଥିଲେ।

ad-week
Leave A Reply

Your email address will not be published.