ଶ୍ରମିକ ବଦଳରେ ମେସିନରେ ଚାଲିଛି ରାସ୍ତା କାମ : ଶ୍ରମିକ ଯାଉଛି ଦାଦନ ଖଟି…

କୋମାରେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଓ ଜିଲ୍ଲା ପ୍ରଶାସନ..!!

add-all

ଉମରକୋଟ (୨୯/୦୫/୨୦୨୪) ମନେରଗା କାମ ଯାହାକି ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା। ଏହି ଯୋଜନାରେ ଶ୍ରମିକଙ୍କ ନିଜ ଦୈନିକ ପାରିଶ୍ରମିକ ମଜୁରୀ ତାଙ୍କ ବ୍ୟାଙ୍କ ଖାତାରେ ଯିବ କିନ୍ତୁ କେତେକ ଜାଗାରେ ଶ୍ରମିକ କାମ ନ କରି ମେସିନରେ କାର୍ଯ୍ୟ କରା ଯାଉଅଛି ଏବଂ ଗାଁ ଗାଁ ବୁଲି ଠିକାଦାର ଆଧାର କାର୍ଡ ସଂଗ୍ରହ କରି ସେହି ଆଧାର କାର୍ଡ ଵାଲାର ନାମ ମାଷ୍ଟର ରୁଲରେ ଶ୍ରମିକ ଦର୍ଶାଇ ତାଙ୍କ ବ୍ୟାଙ୍କ ଖାତାକୁ ଯାଉ ଥିବା ଟଙ୍କା ଠିକାଦାର ଉଠେଇ ନେଉଛି। ଏଥିପ୍ରତି ପ୍ରଶାସନର ନଜର ପଡୁନି କି ପରି ? ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ପ୍ରଶାସନ ପି ସି ଖାଇ ଚୁପ ବସିଛି l ସୂଚନା ଥାଉ କି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର କୁମୁଲି ପଂଚାୟତର ହଳଦୀଡ଼ଙ୍ଗରି ଗ୍ରାମରୁ ଯୋଗୀଚଟାନ ଗ୍ରାମକୁ ସରକାରୀ ତରଫରୁ ରାସ୍ତା ପାଇଁ ଅନୁମୋଦନ ହୋଇଥିବା ବେଳେ ଏହି ନୂଆ ରାସ୍ତାରେ ଶ୍ରମିକ ନ ଥାଇ ମେସିନ ସାହାଯ୍ୟରେ ରାସ୍ତା ତିଆରି କାମ ଚାଲିଛି। କାମ ପାଖରେ କୌଣସି ସୂଚନା ଫଳକ ନାହିଁ, କାର୍ଯ୍ୟର ଅଟକଳ ମୂଲ୍ୟ କେତେ ତାହା ଭଗବାନ ହିଁ ଜାଣନ୍ତି ? ଠିକାଦାରଙ୍କ ନାମ କଣ ତାହା ମଧ୍ୟ ଜଣା ପଡୁ ନାହିଁ। ଉଲ୍ଲେଖ ଥାଉ କି ପଂଚାୟତ ଅଧିକାରୀଙ୍କ ପଚାରିବାରୁ ଏହି ରାସ୍ତା ନିର୍ମାଣର କାର୍ଯ୍ୟ ବିଷୟରେ ଜାଣି ନ ଥିବା ପ୍ରକାଶ କହିଛନ୍ତି। ବଡ଼ ଆର୍ଚଯ୍ୟର କଥା ସରକାରଙ୍କ ନିର୍ଦେଶ ରହିଛି କାମ ଆରମ୍ଭ ପୂର୍ବରୁ କାମ ପାଖେ ସୂଚନା ଫଳକ ତିଆରି କରି କାର୍ଯ୍ୟ ସମନ୍ଧେ ଜନ ସାଧାରଣଙ୍କ ଅବଗତ କରାଇବା କଥା କିନ୍ତୁ ଏହି ନିୟମକୁ ସମ୍ପୂର୍ଣ ଭାବେ ଅଣଦେଖା କରି ଠିକାଦାର, ଜେ ଇ, ଓ ଜିଆରଏସ ସରକାର ଙ୍କ ଅନୁଦାନ କୁ ଦିନ ଦିପହର ରେ ଲୁଟି ଚାଲିଛନ୍ତି l ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଜିଲ୍ଲା ରେ ସାଜିଛି ଧୃତରାଷ୍ଟ୍ର l ଜିଲ୍ଲା ପ୍ରଶାସନ ବଟି ଖାଇ ଚୁପ ବସିଛି ବୋଲି ମଧ୍ୟ ସାଧାରଣ ରେ ଅଭିଯୋଗ ହେଉଛି l ରାଇଘର ବ୍ଲକ ଏକ ମାଓ ପ୍ରବଣ ଅଞ୍ଚଳ ହୋଇ ଥିବାରୁ ତାହାର ଫାଇଦା ଉଠେଇ ସଲା ,ସତୁରା, ଓ ମଧୁଚନ୍ଦ୍ରିକା କରି ସରକାରୀ ଅର୍ଥ ଚାଲିଛି ବାଟ ମାରଣା ।ଗୋଟେ ପଟେ ଅଞ୍ଚଳବାସୀ କାମ ଧନ୍ଧା ନ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ,ଏପଟେ ଶ୍ରମିକ କୁ କାମ ନ ଦେଇ ମେସିନରେ କାମ କରାଯାଉ ଅଛି ସରକାରି କାମ। ଏଥିପ୍ରତି ବ୍ଲକର କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ପଡୁନି କିପରି କହି ବୁଦ୍ଧିଜୀବୀ ମହଲରେ ବେଶ ଆଲୋଚ୍ୟର ବିଷୟ ପାଲୋଟିଛି।ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ସତନ୍ତ୍ର ଦୃଷ୍ଟି ଦେବାକୁ ଜଗିଚଟାଣ ଓ ହଳଦୀଡଙ୍ଗରିର ଆଖ ପାଖ ଗ୍ରାମର ବାସିନ୍ଦା ସହ ଅଞ୍ଚଳବାସୀ ଦାବି କରିଛନ୍ତି। ଯଦି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବେନି ତେବେ ଅଞ୍ଚଳ ବାସୀ ରାଜ ରାସ୍ତା କୁ ଓଲ୍ହାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି l

ad-week
Leave A Reply

Your email address will not be published.