ମହିଳାଙ୍କୁ ଅସଦାଚରଣ, ଥାନାର ଦ୍ୱାରସ୍ଥ ହେଲେ ମହିଳା…

add-all

ମାଲକାନଗିରି : ଘରୋଇ ଫାଇନାନ୍ସ ରୁ ଋଣ ନେଇ ହନ୍ତସନ୍ତ । ଏହିଭଳି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଅଭିଯୋଗ ନେଇ ଜଣେ ମହିଳା ଆଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଋଣ ଟଙ୍କା ନେଇ ପରିଷଦ କରିବାରେ ବିଳମ୍ବ ହେବାରୁ ମହିଳାଙ୍କ ଘରେ ଯାଇ ଅସଦାଚରଣ କରିଛନ୍ତି ଇଉନିଟି ସ୍ମଲ ଘରୋଇ ଫାଇନାନ୍ସର ଶାଖା ପରିଚାଳକ। ଯାହାର ଏକ ଅଫିସ ମାଲକାନଗିରି ସଦରମହକୁମା ଏମଭି ୩ ନମ୍ବର ଛକ ନିକଟରେ ରହିଛି । ସୂଚନା ମୁତାବକ କୋରୁକୋଣ୍ଡା ସଦର ଥାନା ଅଧୀନରେ ଥିବା ଏମଭି ୨୬ ନମ୍ବର ଗ୍ରାମର ଜଣେ ମହିଳା ଉକ୍ତ ସଂସ୍ଥା ଠାରୁ ୪୦ ହଜାର ଟଙ୍କା ୠଣ ନେଇଥିଲେ। ୠଣ ନେବାପରେ କିଛି ମାସ କିସ୍ତି ଠିକ୍ ଠାକ୍ ଭାବରେ ପରିଷଦ କରିଥିଲେ। ପରେ କିଛି ଦିନ ହେଲା ମହିଳା ଜଣକ ୠଣ କିସ୍ତି ବାନ୍ଧିବାରେ ବିଳମ୍ବ କରିଛନ୍ତି। ଏପରିକି ତାଙ୍କର ୠଣ ର କିସ୍ତି ଡିଫଲ୍ଡର ରହିଛି। ୠଣ ଟଙ୍କା ଫେରସ୍ତ ଆଣିବା ପାଇଁ ମହିଳାଙ୍କ ଘରେ ଉକ୍ତ ଘରୋଇ ଫାଇନାନ୍ସ ସଂସ୍ଥା ର ଶାଖା ପରିଚାଳକ ଶଶିକାନ୍ତ ପ୍ରଧାନ ପହଞ୍ଚିଥିଲେ। ଘରେ ଯାଇ ମହିଳାଙ୍କ ପାଖରେ ଟଙ୍କା ମାଗିଥିଲେ। ମହିଳାଙ୍କ ସ୍ବାମୀଙ୍କର ଘରେ ଅନୁପସ୍ଥିତ ଦେଖି। ଏହାର ସୁଜୋଗ ନେଇ ମହିଳାଙ୍କୁ ତାଙ୍କର ଘର ଭିତରକୁ ହାତ ଧରି ଟାଣି ନେଇଥିଲା। ଏପରିକି ମୋ ସହିତ ଶାରିରୀକ ସମ୍ପର୍କ ରଖିଲେ ତମର ସବୁତକ ବାକି ଟଙ୍କା ଛାଡ଼ କରିଦେବି
କହି ଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି
। କିଛି ଏଭଳି ଢ଼ଙ୍ଗରେ ଉକ୍ତ ଫାଇନାନ୍ସ ସଂସ୍ଥାର ଶାଖା ପରିଚାଳକ ଟଙ୍କା ଛାଡ଼ କରିଦେବାର ପନ୍ଥା ଆପଣାଇ ଥିଲେ। ଭାଗ୍ୟବସତ ମହିଳାଙ୍କର ଶଶୁର ଓ କିଛି ଗ୍ରାମ ବସି ମହିଳାଙ୍କ ଚିତ୍କାର ଶୁଣି ଧାଇଁ ଆସିଥିଲେ। ଏବଂ ଏହାର ପ୍ରତିବାଦ କରିଥିବା ରୁ ତାଙ୍କର ଶଶୁରଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଶଶିକାନ୍ତ ପ୍ରଧାନ। ଏନେଇ ଉକ୍ତ ଫାଇନାନ୍ସ ସଂସ୍ଥା ର ଶାଖା ପରିଚାଳକ ଶଶିକାନ୍ତ ପ୍ରଧାନ ଙ୍କ ସହିତ ଯୋଗେ ଯୋଗ କରିବାକୁ ଶାଖା କାର୍ଯ୍ୟାଳୟ ରେ ପହଞ୍ଚିଥିଲୁ ।କିନ୍ତୁ ସେଠାରେ ସେ ଅନୂପୋସ୍ତିତ ଥିବା ରୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ତାଙ୍କର ପାଖରେ ସମୟ ନଥିବା କହି କଥା କୁ ଏଡ଼ାଇ ଦେଇଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ଏନେଇ କୋରୁକୋଣ୍ଡା ସଦର ଥାନାରେ ୯୦/୨୪ ଧାରା ୩୪୧/ ୨୯୪/୩୫୪ ରେ କେସ ରୁଜୁ ହୋଇଛି। ଏହି ଘଟଣାକୁ ତଦନ୍ତ କରି ପୋଲିସ କ’ଣ କାର୍ଯ୍ୟାନୁଷ୍ଠାନ କରିବ ତାହା ଦେଖିବାକୁ ବାକିରହିଲା । କାର୍ଯ୍ୟାନୁଷ୍ଠାନ ହେଲେ ଅନ୍ୟ ଘରୋଇ ଫାଇନାନ୍ସ ସାବଧାନ ହେବା ସହ ଋଣ ନେବା ଲୋକ ଫାଇଦା ପାଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ad-week
Leave A Reply

Your email address will not be published.