ଅବକାରୀ ବିଭାଗ କୁ ସଫଳତା ୪୦୦କିଲୋ ଗଞ୍ଜେଇ ଜବତ…

add-all

ମାଲକାନଗିରି ତା 05.06.2024 ରିଖ ବୁଧବାର ଦିନ ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ଶ୍ରୀ ଟଙ୍କଧର ଭୋଇ ଏବଂ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ବଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ ଅଶେଷ କୁମାର ନାୟକ ସବ୍-ଇନ୍ସପେକ୍ଟର, ଜିଲ୍ଲା ମୋବାଇଲ୍ ୟୁନିଟ୍, ପେପର ମେଟଲା ଥାନା ଅନ୍ତର୍ଗତ ସେରଲିମେଟା ଗ୍ରାମର ପଶ୍ଚିମ ପାର୍ଶ୍ୱ ଘଞ୍ଚ ପାହାଡ ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରି ୪୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛନ୍ତି। ପ୍ରକାଶ ଥାଉ କି ସେରଲିମେଟା ଗ୍ରାମ ର ଘଞ୍ଚ ଜଙ୍ଗଲ ରେ ବହୁ ପରିମାଣ ରେ ବେଇଆଇନ ଗଞ୍ଜେଇ ବାହାର ଜିଲ୍ଲା କୁ ଚାଲାଣ କରିବା ପାଇଁ ଗଚ୍ଛିତ ଅଛି ବୋଲି ଏକ ବିଶ୍ଵସ୍ତ ସୂତ୍ର ରୁ ସୂଚନା ମିଳିଥିଲା। ଉକ୍ତ ଗଞ୍ଜେଇ କୁ ଜବତ କଲା ପରେ ଜିଲ୍ଲା ମୋବାଇଲ ୟୁନିଟ ମାଲକାନଗିରି ରେ ଏକ ଦାବିହିନ NDPS ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ଉକ୍ତ ଚଢ଼ଉ ସମୟରେ ସବ୍ ଇନ୍ସପେକ୍ଟର ଅମିୟ କୁମାର ଖଞ୍ଜା,ରବୀନ୍ଦ୍ର କୁମାର ପ୍ରଧାନ,ASI ଜେମେସ ମାଲଖୋମ ସାହୁ,ପ୍ରଦୀପ କୁମାର ନାୟକ, ରାମ ଚନ୍ଦ୍ର ହନ୍ତାଳ, କନେଷ୍ଟବଳ ଗୋବିନ୍ଦ ବେଞ୍ଜମୀ,ଜ୍ଞାନ ରଞ୍ଜନ ସାହୁ,ପାଣ୍ଡବ ଟୁଡୁ,ବିପୁଳ ଶେଖର ଯୋଦ୍ଦର୍, ଜୁଲି ସା,ଆନନ୍ଦ ପ୍ରଧାନ,ମୁରଲୀ ରଜକ,ସୁଜାତା କୁମାରୀ ହିଆଲ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.