ଫୁଲବାଣୀ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧିତ କଲା ଯାତ୍ରା ପରିଚାଳନା କମିଟି…

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାଂସଦୀୟ କ୍ଷେତ୍ରରେ ବିଜେପିର ବିପୁଳ ବିଜୟ ନେଇ ଚର୍ଚ୍ଚା ରେ ଥିବା ବେଳେ ସମଗ୍ର କନ୍ଧମାଳ l ଏହି ପରିପ୍ରେକ୍ଷୀରେ ଫୁଲବାଣୀ ସ୍ଥିତ ଦ୍ୱି ବାର୍ଷିକ ମା ନାରାୟଣୀ ଠାକୁରାଣୀ ଯାତ୍ରା ପଡିଆ କାର୍ଯ୍ୟାଳୟ ରେ ନବ ନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକଙ୍କୁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି l ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ପି. ସୁଧାଂଶୁ ଶେଖର ସେନାପତି, ଉପସଭାପତି ସୁଜିତ ବେହେରା, ସମ୍ପାଦକ ଦୂର୍ଗା ପ୍ରସାଦ ତ୍ରିପାଠୀ, କୋଷାଧ୍ଯକ୍ଷ ରମେଶ ଚନ୍ଦ୍ର ମହାନ୍ତି, ଅର୍ଥ ସମ୍ପାଦକ କବିଲା ସେନାପତି,ସହ ସମ୍ପାଦକ ଅରୁଣ କୁମାର ପଣ୍ଡା, ସୀମାଞ୍ଚଳ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ଭି ଲୋକନାଥ ରାଜୁ,ସନିଆ ମହାନ୍ତି, କାର୍ଯ୍ୟାଳୟ ପ୍ରମୁଖ ସୁବାସ ବେହେରା, ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତିଙ୍କ ସମେତ କାର୍ଯ୍ୟକାରୀ ସଦସ୍ୟ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.