ଫୁଲବାଣୀ : ବିଜୟ ଉତ୍ସବ ମନାଇଲା ବିଜେପି

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ମହାସମାରୋହରେ ବିଜୟ ଉତ୍ସବ ପାଳିଛି l ସ୍ଥାନୀୟ ଫୁଲବାଣୀ ସାହି ସ୍ଥିତ ବରାଳଦେବୀ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଲୋକ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା l ସମସ୍ତେ ଆନନ୍ଦ ଉଲ୍ଲାସର ସହ ବାଣ ଫୁଟାଇ ବାଜା ବଜାଇ ଭାରତ ମାତା କି ଜୟ ଧ୍ୱନି, ଜୟ ବିଜେପି, ଜୟ ମୋଦିଜୀ ଏପରି ନାରା ଦେଇ ସମଗ୍ର ଫୁଲବାଣୀ ସହର କମ୍ପାଉ ଥିବାର ଦେଖିବାକୁ ମିଳିଥିଲା l କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଶୋଭାଯାତ୍ରାରେ ରହି ଭୋଟ ଭିକ୍ଷା ଯେପରି କରିଥିଲେ ସେପରି ଆସନ୍ତା ପାଞ୍ଚ ବର୍ଷ ପାଇଁ କନ୍ଧମାଳ ଜିଲ୍ଲାର ହିତ ପାଇଁ ଆମେ କାର୍ଯ୍ୟ କରିବୁ ଏଥି ପାଇଁ ସହଯୋଗ କାମନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ଯ କାର୍ଯ୍ୟ କାରିଣୀ ସଦସ୍ୟ ଭଗବାନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ଅଜିତ କୁମାର ପଟ୍ଟନାୟକ,ଲିଙ୍ଗରାଜ ଦଳ ବେହେରା, ପୌରାଧ୍ୟକ୍ଷା ସ୍ମିତା ରାଣୀ ମାହାନ୍ତି, ଜଗନ୍ନାଥ ସାହୁ (ଟିକୁ ), ସୁଶାନ୍ତ ମହାନ୍ତି, ସୁଧାଂଶୁ ଗୁରୁ,ରାମ ବିଶି ଦିଗଲ, ପ୍ରଣବ ନାୟକଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.