ନବ ନିର୍ବାଚିତ ଚିତ୍ରକୋଣ୍ଡା ବିଧାନସଭା ବିଧାୟକ ମଙ୍ଗୁ ଖିଲ ସାପ କାମୁଡା ରେ ଅସୁସ୍ଥ, ଗୁମ୍ମା ଚିକିତ୍ସାଳୟ ରେ ଭର୍ତ୍ତି…

add-all

ମାଲକାନଗିରି : ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ନବ ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ ସାପ କାମୁଡା ରେ ଅସୁସ୍ଥ ହୋଇଛନ୍ତି। ତାଙ୍କୁ କୁଡୁମୁଲୁଗୁମ୍ମା ଚିକିତ୍ସାଳୟ ରେ ଭର୍ତ୍ତିକରା ଯାଇଛି ।ଏକ ଡାକ୍ତର ଟିମ ଚିକିତ୍ସା କରୁଛନ୍ତି ଚିକିତ୍ସା ପରେ ସେ ବିପଦ ମୁକ୍ତ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛିବୋଲି ଡାକ୍ତର କହିଛନ୍ତ । ସୂଚନା ଯୋଗ୍ୟ ଯେ ଆଜି ସନ୍ଧ୍ୟା ରେ ଶ୍ରୀ ଖିଲ ତାଙ୍କ ଘର ବାଡ଼ି ପଛକୁ ଯାଇଥିବା ବେଳେ ତାଙ୍କ ଗୋଡ଼କୁ ସାପ କାମୁଡି ଦେଇ ଥିବାର ଜାଣି ପରିବାର ଲୋକେ ସଙ୍ଗେ ସଙ୍ଗେ ନିକଟସ୍ଥ କୁଡୁମୁଲୁ ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ। ଏହି ଘଟଣା ଜଣା ପଡିବା ପରେ ହସ୍ପିଟାଲ ରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଙ୍କ ସହିତ କଂଗ୍ରେସ କର୍ମୀ ପହଁଚି ଆସୁ ଆରୋଗ୍ୟ କାମନା କରି ଚିକିତ୍ସା ବ୍ୟବସ୍ଥା କଥା ବୁଝିଥିଲେ ।

ad-week
Leave A Reply

Your email address will not be published.