ଜରୁରୀକାଳୀନ ସେବାରୁ ବଞ୍ଚିତ ଫୁଲବାଣୀ ସହର ବାସୀ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦାର ମହକୁମାରେ ହଟାତ ଝଡ ଫଳରେ ଅଧିକାଂଶ ୱାର୍ଡ ମାନଙ୍କରେ ସରକାରଙ୍କ ବସୁଧା ଜଳ ଯୋଜନାରୁ ମିଳୁଥିବା ପିଇବା ପାଣି ୪ ରୁ ୫ ଦିନ ନ ମିଳିବା ଫଳରେ ଜନସାଧାରଣ ମାନେ ବିଭିନ୍ନ ସମସ୍ୟାର ସମୁଖୀନ ହେଉଥିବାର ଦେଖାଯାଇଛି।କିନ୍ତୁ ଜରୁରୀକାଳୀନ ସେବା ଅଧିକାରୀ ଜାଣି ମଧ୍ୟ ସମସ୍ୟା ସମାଧାନ ନକରି ଚୁପ ରହିଯାଉଛନ୍ତି।ଫୁଲବାଣୀ ସହରରେ ପ୍ରତି ଦୁଇବର୍ଷକୁ ଥରେ ଠାକୁରାଣୀ ଯାତ୍ରା ହେଉଥିବା ବେଳେ ସହରରେ ହଜାର ହଜାର ସଂଖ୍ୟଙ୍କ ଲୋକ ଯାତ୍ରା ପାଇଁ ଅଧିକାଂଶ ଘରେ ଘରେ ବନ୍ଧୁ ବାନ୍ଧବ ମାନେ ଆସି ପିଇବା ପାଣି ଓ ବ୍ୟବହାର କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ପବନ ହେବା ଦ୍ୱାରା ବିଦ୍ୟୁତ ବିଭାଗ ଉପରେ ଆଳ ଦେଖାଇ ଜନ ସ୍ଵାସ୍ଥ୍ୟ ବିଭାଗ ଯନ୍ତ୍ରୀ କୌଣସି ପଦକ୍ଷେପ ନନେବା ଅତ୍ୟନ୍ତ ଦୁଃଖ ଦାୟକ ବିଷୟ ଫୁଲବାଣୀର ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ କୌଣସି ପ୍ରକାର ପ୍ରତିକ୍ରିୟାଦେଖାଯାଉନାହିଁ।ପୌରପରିଷଦ ଦ୍ୱାରା ଜଳ ସେବା ଦେବାକୁ ପଡିବ ବୋଲି ଜାଣି ମଧ୍ୟ ଚୁପ ରହିଯାଉଛନ୍ତି।

ଜଳ ଯୋଗାଣ ବିଭାଗର ଅଧିକାରୀ ଯନ୍ତ୍ରୀଙ୍କ ସହିତ ଫୋନ ଦ୍ୱାରା ଯୋଗା ଯୋଗ କରିବାରୁ ସେ ଉତ୍ତର ଦେଲେ ଆଗରୁ ଜାଣିଥିଲେ ଟ୍ୟାଙ୍କର ପଠାଇବା ବ୍ୟବସ୍ଥା କରିଥାନ୍ତେ ବୋଲି କହୁ ଛନ୍ତି।ରାଜ୍ୟରେ ସରକାର ଙ୍କ କୋଟି କୋଟି ଟଙ୍କାର ଯୋଜନା ଉପରେ ଯୋଜନା ପ୍ରକଳ୍ପ କରାଯାଇ ପ୍ରତି ବର୍ଷ ଖର୍ଚ୍ଚ କରାଯାଉଛି ତାହା କାଗଜ ପତ୍ରରେ ହିଁ ସୀମିତ ରହୁଛି।ଏହାରି ଫଳରେ ଜନସାଧାରଣ ମାନେ ଜରୁରୀକାଳୀନ ସେବାରୁ ବଞ୍ଚିତ ହେଉଛନ୍ତି।ଫୁଲବାଣୀ ସହରରେ ପ୍ରବାହିତ ହେଉଥିବା ପିଲାସାଲୁଙ୍କି ନଦୀ ଉପରେ ଜନସାଧାରଣ ନିର୍ଭର କରୁଥିବା ବେଳେ ନଦୀରେ ମଧ୍ୟ ପାଣି କମିବାରେ ଲାଗିଛି।ଏହି ସମୟରେ ଚତୁଃପାର୍ଶ୍ଵରେ ନଦୀ ନାଳ ଗୁଡିକୁ ପୁନାରୁଧାର କରି ,ଚେକ ଡ୍ୟାମ କରିବା ପାଇଁ ପୂର୍ବରୁ ବାରମ୍ବାର ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ଗୁରୁତ୍ଵ ଦେଈ ନାହାନ୍ତି। ବର୍ଷା ଜଳକୁ କିପରି ସଂରକ୍ଷଣ କରିବା ଓ ବସୁଧା ଯୋଜନାକୁ କିପରି ଜନସାଧାରଙ୍କ ନିକଟରେ ପହଁଚିବା ଅସୁବିଧା ସମୟରେ ପିଇବା ପାଣି,ଜରୁରୀକାଳୀନ ସେବା ପହଞ୍ଚାଇବା ଏଥି ପ୍ରତି ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ବୁଦ୍ଧି ମହଲରେ ଚର୍ଚ୍ଚା ହେଉଛି। ଏଥି ପ୍ରତି ନୂଆ ସରକାର କେତେ ଗୁରୁତ୍ଵ ଦେଉଛନ୍ତି ଆଗକୁ ଦେଖିବାକୁ ବାକି ରହିଲା ।

ad-week
Leave A Reply

Your email address will not be published.