ଜିଲ୍ଲାସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ପାଳିତ

add-all

ମାଲକାନଗିରି : ଜିଲ୍ଲା ରକ୍ତ ଭଣ୍ଡାର କେନ୍ଦ୍ର ତରଫରୁ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୋମନାଥ ପ୍ରଧାନ ସ୍ଥାନୀୟ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟଠାରେ ସବୁଜ ପତାକା ଦେଖାଇ ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ । ଏହି ଶୋଭାଯାତ୍ରାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ସାଧାରଣ ସ୍ବାସ୍ଥ୍ୟ ଅଧିକାରୀ, ଡ଼ଃ ପ୍ରଫୁଲ୍ଲ କୁମାର ନନ୍ଦ ଉପସ୍ଥିତ ଥିଲେ। ରକ୍ତ ଭଣ୍ଡାର ଅଧିକାରୀ ଡା ସାଗର ବାଲା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ଯୁବ ରେଡକ୍ରସ୍ ସଂପାଦକ, ଡ଼ଃ ରଞ୍ଜନ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଶୋଭାଯାତ୍ରା ପୁରୁଣା ଡାକ୍ତରଖାନା ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା। ଏହା ପରେ ମୁଖ୍ୟ ଚିକିତ୍ସାଳୟ ପଞ୍ଚମ ମହଲା ସଭା ଗୃହ ଠାରେ ଏକ ସଭା ଆୟୋଜନ କରାଯାଇଥିଲା।

ଏଥିରେ ଡ଼ା ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ବ୍ରଜ ଦାସ ଯୋଗଦାନ କରି ଆଜିର ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ସେହିପରି ସ୍ବତନ୍ତ୍ର ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ଯୋଗଦାନ କରି ଆଜିର ଦିବସରେ ସମସ୍ତେ ରକ୍ତଦାନ କରି କାର୍ଲ ଲ୍ୟାଣ୍ଡଷ୍ଟେନରଙ୍କ ଜନ୍ମ ଦିବସକୁ ମନେ ରଖିବା ପାଇଁ ବୁଝାଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ା ମହମ୍ମଦ ହୁସେନ ଅଠର ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଯୁବଗୋଷ୍ଠୀ ପ୍ରତ୍ୟେକ ତିନି ମାସରେ ଥରେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ଆଗକୁ ଆସିବାକୁ ଅନୁରୋଧ କରିଥିଲେ। ପୂର୍ବତନ ବିଧାୟକ, ମାନସ ମାଡକାମି, ସୀମା ସୁରକ୍ଷା ବାହିନୀ ଡେପୁଟି କମାଣ୍ଡାଣ୍ଟ, ଶୁଭଞ୍ଜନ ମହାପାତ୍ର, ଅସ୍ଥି ବିଭାଗ ଡ଼ାକ୍ତର, ସପନ ଡିଣ୍ଡା ଓ ଡ଼ା ସୁବ୍ରତ ଜେନା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଅନେକ ଥର ରକ୍ତ ଦାନ କରିଥିବା ପାଞ୍ଚ ଜଣ ରକ୍ତଦାତାଙ୍କୁ ଆଜି ସମ୍ମାନିତ କରାଯାଇଥିଲା। ସରୋଜ କୁମାର ପାତ୍ର, ପ୍ରଦୀପ କୁମାର ମହାପାତ୍ର, ଅନୁପ ସୁନାନୀ, କେ ବାଲାଙ୍କୁ ଏଠାରେ ସମ୍ମାନିତ କରାଯାଇଥିଲା। ଆଜିର ଦିବସକୁ ସଫଳ କରିବା ପାଇଁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସତ୍ୟନାରାୟଣ ଆବାସିକ ମହାବିଦ୍ୟାଳୟ ଛାତ୍ର, ସ୍ଥାନୀୟ ଏଏନଏମ କଲେଜ ଛାତ୍ରୀ, ଯୁବ ରେଡକ୍ରସ୍ ଓ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୧୫୦ ରୁ ଉର୍ଦ୍ଧ୍ୱ ରକ୍ତଦାତା ଏବଂ ଆଗାମୀ ଭବିଷ୍ୟତରେ ରକ୍ତଦାନ କରିବାକୁ ଥିବା ରକ୍ତଦାତା ଉପସ୍ଥିତ ରହି ସଫଳ କରିଥିଲେ l ଏନ. ସୁବର୍ଣ୍ଣା, ଆରତୀ ସ୍ବାଇଁ, ସୁନୀଲ ରାଏ, ମୋହନ ଖେମୁଣ୍ଡୁ, ସଚିନ ଗୌଡ଼, ସିଲୁ ପ୍ରହରାଜ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଏହି ଅବସରରେ ଦଶ ଗୋଟି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା l ସବାଶେଷରେ ହରିବନ୍ଧୁ ଦେଶୀନାୟକ, ପରିଚାଳକ ରାଷ୍ଟ୍ରୀୟ ବାଲ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.