ଶିଶୁ ଶ୍ରମିକ ନିରାକରଣ ସଚେତନତା ପ୍ରଚାର ରଥର ଶୁଭାରମ୍ଭ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶିଶୁ ଶ୍ରମ ବିରୁଦ୍ଧରେ ମାସ ବ୍ୟାପି ସଚେତନତା ପ୍ରଚାର ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମାଲକାନଗିରି ଜିଲ୍ଲାକୁ ଶିଶୁ ଶ୍ରମ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଶ୍ରମ ନିୟମ ଉଲଙ୍ଘନ କରି କାର୍ଯ୍ୟସ୍ଥଳରେ ଯଦି କୌଣସି ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଯାଉଥିବା ପରିଲିକ୍ଷିତ ହୁଏ ତେବେ କାମରେ ନିୟୋଜିତ କରିଥିବା ବ୍ୟକ୍ତି, ଅନୁଷ୍ଠାନମାନଙ୍କ ଉପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏହି ସଚେତନତା ପ୍ରଚାର ରଥରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ଭଳି ବିଭିନ୍ନ ସଚେତନତା ବାର୍ତ୍ତା ନେଇ ପ୍ରଚାର କରାଯିବାକୁ ଥିବା ବେଳେ ନିଶ୍ଲୁକ ଶ୍ରମିକ ସହାୟତା ହେଲ୍ପ ଲାଇନ ନମ୍ବର- ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ବର-୧୦୯୮ କୁ ଯୋଗାଯୋଗ କରିବା ପାଇଁ ସଚେତନ ସୃଷ୍ଟି କରାଯିବ। ସୂଚନା ଥାଉ କି ଏହି ରଥ ସମସ୍ତ ସାତଟି ବ୍ଲକ୍, ମ୍ୟୁନିସିପାଲଟି ଓ ଏନଏଏସି ପରିଭ୍ରମଣ କରି ସଚେତନତା ସୃଷ୍ଟି କରିବ ।
ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରସନ୍ନ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଡୁରୁକା, ତନ୍ମୟ ମଣ୍ଡଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ନାରାୟଣ ଦାସ, ଚାଇଲ୍ଡ ଲାଇନ, ପରିବର୍ତ୍ତନ ଏନଜିଓ ଓ ଜିଲ୍ଲା ଶ୍ରମ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.