ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଶ୍ଵ ଯୋଗଦିବସ

add-all

ଚିକିଟୀ : ବିଶ୍ଵ ଯୋଗଦିବସ ଅବସରରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଭାଇ ଭଉଣୀ, ଗୁରୁଜୀ/ଗୁରୁମା ମାନେ ମିନି ଷ୍ଟାଡିୟମର ସବୁଜ ପ୍ରାନ୍ତରରେ ଯୋଗାସନ ପ୍ରଦର୍ଶନ କରିଛନ୍ତି । ବିଦ୍ୟାଳୟର ଶାରିରୀକ ପ୍ରମୁଖ ରଘୁନାଥ ଗୁରୁଜୀ ପ୍ରଥମେ ସରଳ ବ୍ୟାୟାମ ଓ ସମତା ବିଷୟରେ ଧାରଣା ଦେଇଥିଲେ। ତତ୍‌ପରେ ସୂର୍ଯ୍ୟ ନମସ୍କାର କରାଇଥିଲେ । ସଙ୍କୁଳ ଯୋଗାସନ ପ୍ରମୁଖ ଶ୍ରୀ ସୁରେଶ ଚନ୍ଦ୍ର ବାଡତ୍ୟା ଯୋଗ, ପ୍ରାଣାୟମ ଓ ଆସନ ନିଜେ କରିବା ସହ ଅନୁକରଣ କରୁଥିବା ୫୦୦ ଜଣ ଶିଶୁ ଭାଇଭଉଣୀ ମାନଙ୍କୁ ସୁନ୍ଦର ଭାବେ ପ୍ରଦର୍ଶନ କରିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ।
ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ଶ୍ରୀ ନିରଞ୍ଜନ ବିଷୋୟୀଙ୍କ ତତ୍ତ୍ଵାବଧାନରେ ଏବଂ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସୁନ୍ଦର ଭାବେ ପରିଚାଳନା ହୋଇଥିଲା।

ad-week
Leave A Reply

Your email address will not be published.