ଦ୍ୱିତୀୟ ଦିନ ରେ ମାଁ ତାରକେଶ୍ଵରରୀଙ୍କ ଘଟଯାତ୍ରା…

add-all

ଛତ୍ରପୁର : ଛତ୍ରପୁର ବ୍ଲକ ସ୍ଥିତ କଣମଣା ପଞ୍ଚାୟତର ତରେଇପାଟପୁର ଗ୍ରାମରେ ମାଁ ତାରକେଶ୍ଵରରୀ ଦ୍ୱିତୀୟ ଦିନର ଯାତ୍ରା ବହୁ ଆଡମ୍ବର ସହ ସମାହିତ ହୋଇଯାଇଛି । ଦୀର୍ଘ ୧୩ବର୍ଷ ପରେ ଠାକୁରାଣୀ ଯାତ୍ରା ଆୟୋଜିତ ହୋଇଥିବା ସୂଚନା ରହିଛି । ମାଁ ତାରକେଶ୍ଵରରୀ ଘଟ ଆଜି ଭକ୍ତଙ୍କ ମେଳାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ସାହି ସାହି ଭ୍ରମଣ କରି ଦୁଆରେ ଦୁଆରେ ମାଙ୍କ ଖିରି,କାକରା,ପିଠା,ପଣା ଭୋଗ ରାଗ ଅର୍ପଣ ହୋଇଥିବା ବେଳେ ବିଭିନ୍ନ ପ୍ରକାର ପଟୁଆର ବାଜା ବାଜଣା ଏଵଂ ପୌରାଣିକ ନବ ଦୁର୍ଗା ନୃତ୍ୟ ଓ କାଠପାଦ ନୃତ୍ୟ ରେ ଗ୍ରାମ ଭ୍ରମଣ କରି ଭକ୍ତିମୟ ପରିବେଶରେ ସ୍ଥାନଟି ପ୍ରକମ୍ପିତ ହୋଇ ଉଠିଥିବା ଦେଖିବାକୁ ମିଳିଛି । ଆଜି ମାଙ୍କ ଘଟ ଯାତ୍ରା ଅବସରରେ ପୂର୍ବତନ ଜିଲ୍ଲା ପରିଷଦ ମୁନା ଦାସ ଉପସ୍ଥିତ ରହି ମାଙ୍କ ଦିବ୍ୟ ଦର୍ଶନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ତରେଇପାଟପୁର ଗ୍ରାମବାସୀ ବୃନ୍ଦ ଠାକୁରାଣୀ ଯାତ୍ରା ପ୍ରଥମ ଥର କରିବା ନେଇ ବହୁ ଖୁସିବ୍ୟକ୍ତ କରିଛନ୍ତି ।

ad-week
Leave A Reply

Your email address will not be published.