ଚିକିଟୀ : ସ୍ଥାନୀୟ ମେଡିକାଲକୁ ଶୁକ୍ରବାର ଦିନ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଅଚାନକ ଗସ୍ତ କରିଥିଲେ। ଗସ୍ତ ସମୟରେ ଉକ୍ତ ମେଡ଼ିକାଲରେ କୋୖଣସି ଡାକ୍ତର ନଥିବା ଅନୁଭବ କରିଥିଲେ। ପରେ ପରେ ରୋଗୀ ମାନଙ୍କ ଶଯ୍ୟା ନିକଟକୁ ଯାଇ ସେମାନଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ l ସବୁଠାରୁ ବଡ଼ କଥା ହେଲା ଉକ୍ତ ମେଡିକାଲକୁ ଅଧିକାରୀ ଜଣକ ଅନେକ ଦିନ ହେଲା ଆସୁନଥିବା ଅଭିଯୋଗ କହିବା ପରେ ତାଗିଦ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଆହୁରି ମଧ୍ୟ ଏଠାରେ କାମ କରୁଥିବା ଡାକ୍ତରମାନେ ଆଜକୁ ପନ୍ଦର ଦିନ ହେଲା ହାଜିରା ପୁସ୍ତକରେ ନିଜର ଦସ୍ତଖତ ପଡିନଥିବା ଦେଖି ଅଧିକାରୀଙ୍କୁ ପଚାରିବାରୁ ଅଧିକାରୀ ଜଣକ ଅତି ସୁବିଧା ଭାବରେ ନିଜର ସହକର୍ମୀ ମାନଙ୍କୁ ଘଣ୍ଟ ଘୋଡାଇବା କୁ ମଧ୍ୟ ପଛାଉ ନଥିଲେ l ଏନେଇ ଘଟଣା ସ୍ଥଳରେ ବିଧାୟକ ନିଜ ଫୋନରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସକଙ୍କୁ ପଚାରି ବୁଝିଥିଲେ l ଆଜି ଯେଉଁ ଡାକ୍ତର କାର୍ଯ୍ୟରତ ଥିଲେ ସେ ନିଜର ଡିଉଟି ସମୟରେ ମେଡିକାଲ ରେ ନରହି କେଉଁଆଡେ ଚାଲିଯାଇଥିବା ମଧ୍ୟ ଦେଖିଥିଲେ। ସେହିପରି କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଏଇଠି ଖତ ଖାଉଥିବା ବେଳେ ଡାକ୍ତର ମାନେ ଅଧିକ ମୁନାଫା ପାଇବା ସକାଶେ ରୋଗୀଙ୍କ ମନ ବଦଳାଇ ନିଜର ଘୋରେଇ କ୍ଲିନିକ କୁ ନେଉଥିବା ମଧ୍ୟ ଅଭିଯୋଗ ଆସିଥିଲା।
