ସଡ଼କ ଦୁର୍ଘଟଣାରେ ମୃତା ପାର୍ବତୀଙ୍କ ଅସହାୟ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ପାଇଁ ଆଇନି ସେବା ପ୍ରାଧିକରଣର ପଦକ୍ଷେପ

add-all

ମାଲକାନଗିରି : ଏକ ମର୍ମତ୍ୟୁଦ ସଡ଼କ ଦୁର୍ଘଟଣାରେ ମୃତବରଣ କରିଥିବା ରେକ୍ଲାମେସନ କଲୋନୀ ର ପାର୍ବତୀ ପାଣିଗ୍ରାହୀ ଓ ତାର ୧୨ ବର୍ଷର ପୁଅ ସାଗର ଆହତ ହେବା ଖବର ପ୍ରସାରଣ ହେବା ସାଙ୍ଗେ ସାଙ୍ଗେ ଆଇନିସେବା ପ୍ରାଧିକରଣ ର ସଚିବ ମାନ୍ୟବର ରାକେଶ କୁମାର ମୁଦୁଲି ପ୍ରାଧିକରଣ ର ମୁଖ୍ୟ ପ୍ରତିପକ୍ଷ ଅଧିବକ୍ତା ତଥା ପୂର୍ବତନ ଶିଶୁ କଲ୍ୟାଣ କମିଟି ର ଅଧକ୍ଷ ଅଶୋକ କୁମାର ପଟ୍ଟନାୟକଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ । ଅଶୋକ ପଟ୍ଟନାୟକ ଘଟଣା ସ୍ଥଳକୁ ଯାଇ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ସହ ଚାଇଲ୍ଡ ଲାଇନର ଅଧିକାରୀଙ୍କ ସହ ଯୋଗ କରି ଶିଶୁଙ୍କ ପୁନାର୍ବସନ୍ନ ସହ ୩ ଟି ଛୋଟ ଶିଶୁଙ୍କୁ ବ।ସଲ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରି ଆର୍ଥିକ ସାହାଯ୍ୟ ପାଇଁ ଶିଶୁ କଲ୍ୟାଣ କମିଟି ନିକଟରେ ହଜାର କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଅନ୍ୟାନ୍ୟ କ୍ଷତି ପୁରଣ ଓ ସରକାରୀ ସୁବିଧା ପାଇଁ ସଂପୃକ୍ତ ଅଧିକାରୀଙ୍କ ଶହ ଯୋଗାଯୋଗ କରି ଆଇନିଶେବା ପ୍ରାଧିକରଣ କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ। ଉକ୍ତ ରିପୋର୍ଟ ଆଧାରରେ ପ୍ରାଧିକରଣ ଶିଶୁମାନଙ୍କ ଯତ୍ନ,ସୁରକ୍ଷା ତଥା ଆର୍ଥିକ ସାହାଯ୍ୟ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.