
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ ପୋଖରିଆ ଗାଁର ଜନକର ଦାସଙ୍କ ପୁଅ ମଙ୍ଗୁଳି ଚରଣ ଦାସ ,ଗୁପ୍ତି ପଞ୍ଚାୟତର କାନଫୁଲିଆ ଗାଁର ଲୋକନାଥ ସୁତାରଙ୍କ ପୁଅ ଲିପୁନା ସୂତାର,ଓ ହାତିନା ପଞ୍ଚାୟତର ପରିପାଙ୍ଗରା ଗାଁର ସରୋଜ ଶଣ୍ଡଙ୍କ ପୁଅ ସିଦ୍ଧାର୍ଥ ଶଣ୍ଢ ୩ ଜଣ ଯୁବକସାଙ୍ଗ ହୋଇ ୨୧ ତାରିଖ ଦିନ ହାଇଦ୍ରାବାଦ ରୋଜଗାର କରିବାକୁ ଵାହାରିଥିଲେ।ସେଦିନ ଭୂଵନେଶ୍ବର ରେଳଷ୍ଟେସନରେ ପହଁଞ୍ଚିବା ପରେ ଜଣେ ସାଙ୍ଗଙ୍କ ଡାକରାରେ ବାଇକରେ କଟକ ଯିବାକୁ ମନସ୍ଥ କରି ବାଇକନେଇ ଯାଇଥିଲେ।ଵାଟରେ ନନ୍ଦନ କାନନ ଵୁଲି ମୌଜମସ୍ତି କରି ରାତିରେ ଡକାଇଥିବା ସାଙ୍ଗ ନିକଟକୁ କଟକ ଯାଉଥିଲେ।ହେଲେ ତ୍ରୀଶୁଳିଆ ପୋଲ ଉପରେ ଵାଇକ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ସମ୍ପୃକ୍ତ ୩ ଜଣ ଯୁଵକଙ୍କର ମୃତ୍ବ୍ୟ ଘଟିଥିଲା।ଖବର ପାଇ ରାଜନଗର ନିର୍ବାଚନ ମଣ୍ଡଳୀର ଉଦୀୟମାନ ବିଜେପି ବିଧାୟକ ପ୍ରାର୍ଥୀ ଲଳିତ ଵେହେରା ଘଟଣା ସ୍ଥଳରେ ପହଁଞ୍ଚି ହସପିଟାଲ ନେଇ ଶଵ ବ୍ୟବଛେଦ କରି ମୃତକଙ୍କ ପରିବାର ଲୋକଙ୍କ ନିକଟରେ ମର ଶରୀରକୁ ପଠାଇବା ବ୍ୟବସ୍ଥା କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମଵେଦନା ଜଣାଇଥିଲେ।ଏହି ହୃଦୟ ଵିଦାରକ ମର୍ମନ୍ତୁଦ ଦୁର୍ଘଟଣାରେ ଅଞ୍ଚଳରେ ଶୋକର ଛାଇ ଖେଳିଯାଇଛି।