ମାଲକାନଗିରି : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମା ହାତୀଆମ୍ବା ନିକଟରେ ଏକ ମର୍ମତୁଦ ସଡ଼କ ଦୁର୍ଘଟଣାରେ ୨ଜଣ ମୃତ ୪ ଜଣ ଆହତ l ଖବର ଅନୁଯାଇ ଆଜି ଏକ ବାଇକ ଯୋଗେ ଚିତ୍ରକୋଣ୍ଡା ବିଓ ଚିନ୍ନା ଗାୟତ୍ରୀଦେବି ଏବଂ ଏବିଓ ଅଞ୍ଜନ ଚୌଧୁରୀ ନିଜ କାର୍ଯ୍ୟସାରି ଫେରୁଥିବା ବେଳେ ରାସ୍ତାରେ ଅନ୍ୟ ଏକ ବାଇକ ଦ୍ରୁତଗତିରେ ଅତିକ୍ରମଣ କରିବା ସହ ଏବିଓଙ୍କ ବାଇକକୁ ସହ ଅନ୍ୟ ଏକ ବାଇକୁ ଧକା ଦେଇଥିଲା ଯାହା ଦ୍ୱାରା ଘଟଣାସ୍ଥଳରେ ଏବିଓଙ୍କ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା l ଏଥି ସହ ବିଓଙ୍କ ସହ ଅନ୍ୟ ଦୁଇଜଣ ଆହତ ହୋଇଥିଲେ l ମାଲକାନଗିରିରୁ ଗୁମାଫେରୁଥିବା ବେଳେ ପୂର୍ବତନ ବିଜେପି ସଭାପତି ଏମାନଂକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇଥିଲେ l ଘଟଣା ବିଷୟରେ ବାଲିମେଳା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଗୁଡିକୁ ଜବତ କରି ତଦନ୍ତ ଜାରି ରଖିଛି l
