ନିର୍ବାଚନ ପୂର୍ବରୁ ଆସିକା ଏନ.ଏ.ସି ରେ ହୋଇଥିବା ଫେବର ଫାଟି ଆଁ : ଉଚ୍ଚସ୍ତରୀୟ ତଦନ୍ତ ଦାବୀ…

add-all

ବାବୁ ମାନେ ସଫେଇ ଦେଇଥିଲେ ଭଲ କାମ ହେଇଛି…….
ବ୍ରହ୍ମପୁର : ନିର୍ବାଚନ କୁ ଆଖି ଆଗରେ ରଖି ଆସିକା ଏନ.ଏ.ସି ରେ ଥିବା ବିଭିନ୍ନ ୱାର୍ଡରେ ଅତି ତରବରିଆ ଭାବେ କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ କରାଯାଇଥିଲା।ସହରାଞ୍ଚଳ କୁ ସୁନ୍ଦରିକରଣ ଆଳ ଦେଖାଇ ଆସିକା ବିଜ୍ଞାପିତ ଅଞ୍ଚଳ ରେ ଥିବା ବିଭିନ୍ନ ୱାର୍ଡ଼ ରେ କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ ରାତାରାତି ନିର୍ମାଣ କରାଗଲା । ଏନେଇ ଫେବର ରୋଡ଼ ନିର୍ମାଣ ବେଳେ ନିମ୍ନ ମାନର ଓ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ହେଉଥିବା ନେଇ ବିଜ୍ଞାପିତ ଅଞ୍ଚଳ ର ଦାୟିତ୍ୱବାନ ବାବୁ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବାବୁ ମାନେ କହିଥିଲେ ଅତି ଭଲ କାର୍ଯ୍ୟ ହେଉଛି। ଆମକୁ ବଦନାମ କରିବାକୁ ବିରୋଧି ଏଭଳି ଅଭିଯୋଗ କରୁଛନ୍ତି, ବୋଲି ବାବୁ ସଫେଇ ଦେଇଥିଲା ।

ନିର୍ମାଣ ହେବାର ତିନିମାସ ମଧ୍ୟରେ ଆରର୍ବାନ ବ୍ୟାଙ୍କ ରୋଡ଼ ମୁନିସାହି, ଗାୟତ୍ରୀ ନଗର, ଅଶୋକ ସିନେମାହଲ ର ଆଦି ରୋଡ଼ରେ କେଉଁଠି ଭୁଶୁଡ଼ି ଗଲାଣିତ କେଉଁଠି ତ ଦବିଗଲାଣି କେଉଁଠି ଫାଟି ଆଁ ହୋଇଥିବା ଦେଖିବାକୁ ମିଳିଛି।ଫେବାର ରୋଡ଼ ନିର୍ମାଣ ବେଳେ ବାବୁ ମାନଙ୍କ ଉପସ୍ଥିରେ ଏହି ଭଳି କାର୍ଯ୍ୟ ହୋଇଛି, ତାହା ହେଲେ ଏହା ପଛରେ ପିସି ନାଁ ରାଜନୈତିକ ଚାପ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ଏ ମହାଦୁର୍ନୀତ ସମ୍ପର୍କ ରେ କିଛି କାଉନସିଲେର ଅଭିଯୋଗ କରିଥିଲେ ବି ବାବୁ ମାନେ ସେମାନଙ୍କ ଅଭିଯୋଗ କୁ ଗୁରୁତ୍ୱ ଦେଇନଥିଲେ। ଯଦି ଗୁରୁତ୍ୱ ଦେଇଥିଲେ ଆଜି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିନ ଥାନ୍ତା ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚାର ବିଷୟ ହୋଇଛି।ଯେଉଁ ଠିକାଦାର ଏହି ସବୁ ଦୁର୍ନୀତି ରେ ସମୃକ୍ତ ଅଛନ୍ତି ସେମାନଙ୍କ ବିଲ ବନ୍ଦ କରିବା ସହ ଯୁଦ୍ଧ କାଳୀନଭିତ୍ତି ରେ ମରାମତି କରିବାକୁ ଦାବୀ ହେଉଛି।

ad-week
Leave A Reply

Your email address will not be published.