ବ୍ଲକ୍ ସ୍ତରୀୟ “ଜିଜ୍ଞାସା” ଆଧାରିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆନୁକୁଲ୍ୟରେ ଗତ ୨୪ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିବା ଶ୍ରୀ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟ ପରିସରରେ ଆକାଂକ୍ଷା ପାଠ୍ୟକ୍ରମ “ଜିଜ୍ଞାସା” ଆଧାରିତ ଶିକ୍ଷକ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିର କୁ ଆନୁଷ୍ଠାନିକ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅଶୋକ କୁମାର ପାତ୍ରଙ୍କ କରକମଳରେ ଶୁଭ ଉଦ୍ଘାଟନ ହୋଇଥିଲା l ଏଥିରେ ତିନୋଟି ବ୍ଳକ ଯଥା ଖଜୁରୀପଡ଼ା ଫିରିଙ୍ଗିଆ ଓ ଫୁଲବାଣୀ ମୋଟ ୬୩ ଜଣ ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ସମ୍ପାଦନ କରିଥିଲେ l ଏଥିରେ ତିନି ଜଣ ସାଧନ କର୍ମୀ ଶ୍ରୀମତୀ ବବିତା ସାହାଣୀ, ପଦ୍ମାଳୟା ବେହେରା ଓ ଧନଞ୍ଜୟ ଦିଗାଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସଙ୍କ ସଭାପତିତ୍ଵରେ ସଭା କାର୍ଯ୍ୟ ଅନୁଷ୍ଠିତ ହେବା ସହ ସଭା କାର୍ଯ୍ୟକୁ ପରିଚାଳନା ହୋଇଥିଲା l ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉତ୍ସାହ ଉଦ୍ଦୀପନା ବେଶ୍ ହୃଦୟସ୍ପର୍ଶୀ ହୋଇ ପାରିଥିଲା ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦାସ କହିଥିଲେ l

ad-week
Leave A Reply

Your email address will not be published.