ସୁନାମୀରୁ ରକ୍ଷାଲାଗି ପ୍ରସ୍ତୁତି ବୈଠକ

add-all

ଛତ୍ରପୁର : ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୁନାମୀରୁ କିପରି ରକ୍ଷା କରାଯାଇପାରିବ ସେ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲାର ସମୁଦ୍ର ତଟବର୍ତୀ ୪ଟି ବ୍ଲକ ର ୪୨ ଟି ଗ୍ରାମ ସମ୍ଭାବ୍ୟ ସୁନାମୀ ପ୍ରବଣ ଗାଁ ରହିଛି । ଉକ୍ତ ଗାଁ ମାନଙ୍କରେ ସୁନାମୀ ଆସିଲେ ସୁରକ୍ଷା ଦିଗରେ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି ସେ ସଂପର୍କରେ ଆଲୋଚନା ହୋଇଥିଲା । ଜିରୋ କାଜୁଆଲଟି ଉପରେ ମୁଖ୍ୟତଃ ଫୋକସ ରହିଥାଏ । ସୁନାମୀ ସମ୍ପର୍କରେ ଆଗୁଆ ସୂଚନା, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତର , ଆଗୁଆ ରୁଟ ମ୍ୟାପ୍ ପ୍ରସ୍ତୁତି ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ସୁନାମୀ ପ୍ରବଣ ଗାଁ ମାନଙ୍କରେ ସଚେତନତା କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ସୁନାମୀ ପ୍ରବଣ ଗାଁ ମାନଙ୍କରେ ସାଇନ ବୋର୍ଡ ଲାଗିବ, ଏଥିପାଇଁ ଖୁବଶ୍ରୀଘ ଟେଣ୍ଡର କରାଯିବ ବୋଲି ବୈଠକରେ କୁହାଯାଇଛି । ସୁନାମୀ ଆସିବାର ସୂଚନା ମିଳିବା ମାତ୍ରେ ସମୁଦ୍ର ଉପକୂଳ ଅଚଂଳର ବିପରୀତ ଦିଗକୁ ପ୍ରାୟ ୨ କିମି ପ୍ରର୍ଯ୍ୟନ୍ତ ଚାଲିଯିବା । ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କେଟରାୟପୁର ସୁନାମୀ ପ୍ରସ୍ତୁତ ଗାଁ ଭାବେ ପ୍ରମାଣପତ୍ର ପାଇଥିବା ବେଳେ ପୁଣି ଆଉ ୪ଟି ଗାଁ ମାର୍କଣ୍ଡି, ପ୍ରୟାଗି, କଣ୍ଟିଆଗଡ ଓ ଉପୁଲାପୁଟି ଗ୍ରାମକୁ ସୁନାମୀ ପ୍ରସ୍ତୁତ ଗାଁ ଭାବେ ଚିହ୍ନଟ କରିବା ପାଇଁ ପ୍ରସ୍ତାବ ଯାଇଛି । ଖୁବଶ୍ରଘ ୟୁନେସ୍କୋର ଏକ ଟିମ ଆସି ଏଠାରେ କଣ ସବୁ ବ୍ୟବସ୍ଥା କରାଯାଇଛି ତାହା ଯାଂଚ କରିବେ ବୋଲି ବୈଠକରେ କୁହାଯାଇଥିଲା । ଏହି ୪ଟି ଗାଁ ସୁନାମୀ ପ୍ରସ୍ତୁତ ଗାଁ ଭାବେ ସାଟିଫେକଟ ପାଇବା ପରେ ପୁଣି ବାସନାପୁଟି, ମୟୁରପଦା,ନୁଆଁପୋଡମପେଟା, ଏକାସିଂ ଓ କତୁରୁ ଗ୍ରାମକୁ ସୁନାମୀ ପ୍ରସ୍ତୁତ ଗାଁ ପ୍ରମାଣପତ୍ର ପାଇବା ପାଇଁ ଏକ ପ୍ରସ୍ତାବ ଯିବ ବୋଲି କୁହାଯାଇଛି । ଜିଲାପ୍ରଶାସନ,ବ୍ଲକ ପ୍ରଶାସନ,ଏନଜିଓ ମାନଙ୍କର କଣ ସବୁ ଭୂମିକା ରହିଛି ତାହା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ପ୍ରତି ବର୍ଷ ନଭେମ୍ବର ୫ ତାରିଖ ରେ ବିଶ୍ୱ ସୁନାମୀ ସଚେତନତା ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିନରେ ବିଭିନ୍ନ ସ୍ଥାନରେ ମକଡ୍ରିଲ କରାଯାଇଥାଏ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଜରୁରୀ କାଳୀନ ଅଧିକାରୀ ଆୟୁଷି ପତି, ମେଘନାଦ ବେହେରା, ଓସଡେମାର ଜିଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ, ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ଗଞ୍ଜାମ ବିଡିଓ ବସନ୍ତ କୁମାର ମଲ୍ଲିକ, ରଙ୍ଗେଇଲୁଣ୍ଡା ବିଡିଓ ଅଂଶୁମାନ ମହାପାତ୍ରଙ୍କ ସମେତ ବହୁ ଜନପ୍ରତିନିଧି ଓ ଏନଜିଓ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.