ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏସ.ଓ.ଜି ଯବାନ…

add-all

ଫୁଲବାଣୀ : ଆଜିର କର୍ମଠ ଓ ବସ୍ତୁବାଦୀ ଦୁନିଆରେ ଜନ୍ମଦିନ ପାଳନ କେବଳ ଆତ୍ମୀୟସ୍ବଜନ ମାନଙ୍କ ମଧ୍ଯରେ ଭୋଜି ଭାତର ଆସର କରି ଜନ୍ମଦିନ ପାଳନ କରୁଥିବା ବେଳେ ଏସଓଜି ଯବାନ ଅନିଲ ପଧାନ ନିଆରା ଢଗଂରେ ଜନ୍ମ ଦିନ ପାଳନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏସଓଜି ଯବାନ ୩୨ ବର୍ଷରେ ପଦାର୍ପଣ କରିଛନ୍ତି । ଜଵାନ ଅନିଲ ପଧାନ ତାଙ୍କ ଜନ୍ମଦିନକୁ ଫୁଲବାଣୀର ସାର୍ତାଗୁଡା ଜରଶୟ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସହ ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ ଏବଂ ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ନିରାମିଷ ଭୋଜନ ଏବଂ କୁନି କୁନି ପିଲା ମାନଙ୍କୁ ପେନ୍,ପେନସିଲ, ଖାତା, ଚୋକଲେଟ,ବିସ୍କୁଟ ,ବଣ୍ଟନ କରିଥିଲେ ।ବିଭିନ୍ନ ସମୟରେ ଅସହାୟଙ୍କୁ ସାହାଯ୍ୟ କରିବା ସହ ନିଜର ଉତ୍ସର୍ଗୀକୃତ ଓ ନିଃସ୍ୱାର୍ଥପର ସେବା ମନୋଭାବ ପରୋପକାର ଚିନ୍ତାଧାରା ପାଇଁ ସେ ସମସ୍ତଙ୍କ ପାଖରେ ଆଦରଣୀୟ ହୋଇ ପାରିଛନ୍ତି । ଜନ୍ମ ଦିନରେ ଏପରି କରିବାରେ ଖୁସିମିଳିଥାଏ ବୋଲି ସେ କହିଛନ୍ତି । ଏହି କର୍ଯ୍ୟକ୍ରମ ରେ ଏସ ଓ ଜି କମାଡେଣ୍ଟ ଆସିଶ କୁମାର ସରକାର ସବ୍ ଇନ୍ସପେକ୍ଟର ପ୍ରଭଞ୍ଜନ ପତି, ସବ୍ ଇନ୍ସପେକ୍ଟର ଆମ୍ରେନ୍ଦ୍ର କୁମାର ନରେନ୍ଦ୍ର, ଜରଶ୍ରମର ପରିଚାଳନା ନିର୍ଦେଶ କରାମତ ଆଳି ଖାନ, ସୂପରିଟେଣ୍ଡ ସଙ୍ଗୀତା ନାୟକ, ସୁଜାତା ନାୟକ ଉପସ୍ଥିତ ଥିଲେ।କୌଣସି ସ୍ୱତନ୍ତ୍ର ଦିନମାନଙ୍କରେ ନିଜକୁ ସାମାଜିକ କର୍ମରେ ଆଜିର ଯୁବ ପିଢ଼ି ନିୟୋଜିତ କରି ସମାଜ ସେବା କରିବା ପାଇଁ ଅନୁରୋଧ କରିଛନ୍ତି ।

ad-week
Leave A Reply

Your email address will not be published.