ଦରଦାମ ନିୟନ୍ତ୍ରଣ ବାହାରେ ଖାଉଟି ମୁଣ୍ଡରେ ଚଡକ …

ସରକାରଙ୍କ କଥା ମାନୁନି ପ୍ରଶାସନ…!!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଜାର ରେ ପ୍ରତେକ ସାମଗ୍ରୀ ରେ ଦର ହୁଁ ହୁଁ ହୋଇ ବଢ଼ିଚାଲିଛି। ବ୍ୟବସାୟୀ ମାନେ ନିଜ ମର୍ଜୀ ରେ ପାଟିରୁ ଯାହା ବାହାରିଲା ସେ ଦାମ ନେଉଛନ୍ତି। ବଜାର ରେ ଆଳୁ, ପିଆଜ କିଲୋ ପ୍ରତି ୩୫ ରୁ ଉର୍ଦ୍ଧ ଥିବା ବେଳେ ଟମାଟ ଏବେ ଶତକ ପାର ହୋଇଛି। ସେହି ଭଳି ଭେଣ୍ଡି, ପୋଟଳ, କୋବି, ଝୁଡୁଙ୍ଗ, ବାଇଗଣ ଅନ୍ୟ ସବୁ ପରିବା ଦର ୮୦ ଟଙ୍କା ରୁ ଅଧିକ ଦରରେ ମନ ଇଚ୍ଛା ବଜାର ରେ ବିକ୍ରି ହେଉଛି। ଏହା ସଙ୍ଗକୁ ଚାଉଳ, ଅଟା, ସୁଜି, ତେଲ ରେ ମାତ୍ରାଧିକ ଦରରେ ନିର୍ବାଚନ ପରେ ପରେ ହୁଁ ହୁଁ ହୋଇ ଦର ବଢ଼ିଯାଇଛି। ଏହାର ସୁଯୋଗ ନେଇ କେତେକ ବ୍ୟବସାୟୀ ଅଦା, ରସୁଣ ଏବେ ଦେଢ଼ସହ ଟଙ୍କା ରୁ ଉର୍ଦ୍ଧ ରେ ବିକ୍ରି କରୁଛନ୍ତି। ଗରିବ ଗୁରୁବା ଠାରୁ ମଧ୍ୟମବତ୍ତି ପରିବାର ଦର ବୃଦ୍ଧି କୁ ଧର୍ମକୁ ଆଦରି ଚୁପଚାପ ନିଜର ଆଦାୟ କୁ ଦେଖି ପନିପରିବା ଓ ଅନ୍ୟ ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳୁଛି। ଏପଟେ ନୂଆ ସରକାର ବାବୁ ମାନଙ୍କୁ ତାଗିତ କରୁଥିଲେ ବି ବାବୁ ମାନେ ବୋଲ ମାନୁ ନଥିବା ଭଳି ଦେଖିବାକୁ ମିଳିଛି।ବିଭାଗୀୟ ମନ୍ତ୍ରୀ ସଚିବ ଓ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଧେଶ ଦେଇଥିଲେ ବି ଆଜି ପର୍ଯ୍ୟନ୍ତ କାର୍ଯ୍ୟ କାରି ହୋଇନଥିବା ଯୋଗୁଁ ଦର ଦାମ ରେ ସୁଧାର ଆସିନାହିଁ। ନୂତନ ସରକାର ଗଠନ ହେବା ପରେ ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏକ୍ସନ ମୁଡ଼ ରେ ଥିଲେ ବି ବାବୁ ମାନେ ବୋଲ ମାନୁ ନଥିବା ଯୋଗୁଁ ଆଜି ଏଭଳି ଦର ବୃଦ୍ଧିର ସମ୍ମୁଖୀନ ହେଉଛନ୍ତି, ସାଧାରଣ ଜନତା ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.