ରାଜ୍ୟ ସମବାୟ ସ୍ବତନ୍ତ୍ର ସଚିବଙ୍କ ତିନି ଦିନିଆ କନ୍ଧମାଳ ଗସ୍ତ : ବିଭିନ୍ନ ସମବାୟ ସମିତି ପରିଦର୍ଶନ

add-all

ଫୁଲବାଣୀ (୨୯।୬) : ରାଜ୍ୟ ସମବାୟ ସ୍ବତନ୍ତ୍ର ସଚିବ ତଥା କନ୍ଧମାଳ ଜିଲ୍ଲା ସମବାୟ ନୋଡାଲ ଅଫିସର,ପ୍ରତାପ ଚନ୍ଦ୍ର ରାଉତରାୟ ତିନି ଦିନିଆ କନ୍ଧମାଳ ଗସ୍ତରେ ଆସି ଜିଲ୍ଲାର ଫୁଲବାଣୀ, ଟିକାବାଲି,ରାଇକିଆ ଆଦି ଅଞ୍ଚଳରେ ଥିବା ଲ୍ୟାମ୍ପସେସ ଏବଂ ଆର ଏମ୍ ସି ରାଇକିଆ ଓ ଟିକାବାଲି ଆଦି ସଂସ୍ଥା ସବୁ ବୁଲି ଦେଖିଥିଲେ। ଗତ ୨୫ ତାରିଖ ରେ ଫୁଲବାଣୀ ପହଞ୍ଚି ସେ ଲ୍ୟାମ୍ପସେସ ଗୁଡିକ ଜରିଆରେ ଅଞ୍ଚଳର ଚାଷୀମାନେ ସଠିକ୍ ଭାବରେ କୃଷି ରୁଣ ସାର ଓ ବିହନ ଆଦି ପାଇ ପାରୁଛନ୍ତି କି ନାହିଁ, ତାହା ଚାଷି ମାନଙ୍କୁ ପଚାରି ବୁଝିଥିଲେ।

ଏଥି ସହିତ ଲ୍ୟାମ୍ପସେସ ଗୁଡିକର ଖାତା ପତ୍ର ଆଦି ମଧ୍ୟ ଯାଞ୍ଚ କରିଥିଲେ। ଏହି ଅବସରରେ ତାଙ୍କ ସହିତ ଡିଆରସିଏସ ଯୁଗଳ କିଶୋର ଦାସ,ଏ ଆର ଏସ୍ ଲଳିତ ମୋହନ ମାଝୀ,ବାଲିଗୁଡା ଏଆରସିଏସ ସୁକାନ୍ତ କୁମାର ପାଢୀ,ଏସ୍ ଏ ଆର ସି ଏସ ଗଙ୍ଗାଧର କହଁର ଏବଂ ଫୁଲବାଣୀ ଲ୍ୟାମ୍ପସେସର ଏମଡି ଭୀମସେନ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶ୍ରୀ ରାଉତ ଗତ ୨୫ ତାରିଖ ଠାରୁ ତିନି ଦିନ ଧରି ଏହି ସବୁ ଅଞ୍ଚଳର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି ଭିତ୍ତିକ ଉନ୍ନୟନ ମୂଳକ ଯୋଜନା ସବୁ ସଠିକ୍ ଭାବରେ ଚାଷି ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।

ad-week
Leave A Reply

Your email address will not be published.