କାଶିପୁର ବ୍ଲକରେ ଥମିବାର ନାଁ ନେଉନାହିଁ ଜନନୀ ଯନ୍ତ୍ରଣା

add-all

ରାୟଗଡ଼ା : ସ୍ଵାଧୀନତା ପାଇ ୭୭ ବର୍ଷ ବିତିଗଲା କିନ୍ତୁ ଆଜି ମଧ୍ୟ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକ ରେ ଥମିବାର ନାଁ ନେଉନାହିଁ ଜନନୀ ଯନ୍ତ୍ରଣା ଏହି ପରିଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକର ଅଧିକାଂଶ ଗ୍ରାମରେ ପକ୍କା ସଡ଼କ ନଥିବାରୁ ଆମ୍ବୁଲାନ୍ସ ଗାଁ କୁ ପହଞ୍ଚି ପାରୁନାହିଁ | ଏହିପରି ଜନନୀ ଯନ୍ତ୍ରଣା ଦୃଶ୍ୟ କାଶୀପୁର ବ୍ଲକ ପାଇଁ ନିତିଦିନିଆ ହୋଇଗଲାଣି |

ଆଜି ଅଡାଜୋର ପଞ୍ଚାୟତ କୋଡ଼ିପାରିମରାପାସ ଗ୍ରାମର ଜାନି ସାହିର କୁନି ମାଝୀଙ୍କୁ (୨୨ ବର୍ଷ ) ଜନନୀ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ କିନ୍ତୁ ସାହିକୁ ଯିବାପାଇଁ ରାସ୍ତା ନଥିବାରୁ ସ୍ଥାନୀୟ ଆଶା ଦିଦି ସଂଯୁକ୍ତା ନାଏକ, ଅଙ୍ଗନବାଡି କର୍ମୀ ସବିତା ନାଏକଙ୍କ ସହଯୋଗରେ ଖଟିଆରେ ଅଧା କିଲୋମିଟର ପାହାଡିଆ ରାସ୍ତାରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣି କାଶୀପୁର ଡାକ୍ତର ଖାନା ରେ ଭର୍ତ୍ତି ହୋଇଥିଲେ ମଧ୍ୟ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି ହୋଇଛନ୍ତି |

ad-week
Leave A Reply

Your email address will not be published.