ବ୍ରହ୍ମାକୁମାରୀସ୍ ତରଫରୁ ଚୈତନ୍ୟ ନବଦୁର୍ଗା ଦର୍ଶନ

add-all

ଛତ୍ରପୁର : ବ୍ରହ୍ମକୁମାରୀସ୍ ଶାନ୍ତି ଅନୁଭୂତି ଭବନ ତରଫରୁ ଆୟୋଜିତ ଚୈତନ୍ୟ ଝାଙ୍କିରେ ନବଦୁର୍ଗା ବେଶ ଦର୍ଶନ କରିବାକୁ ମିଳିଥିଲା। ଏହି ନବଦୁର୍ଗା ଝାଙ୍କି ଛତ୍ରପୁର ଉପ ସେବାକେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ବିଜୟା ଲକ୍ଷ୍ମୀ ଭଉଣୀଙ୍କ ତତ୍ଵାବଧାନରେ ମୁଖ୍ୟ ଅତିଥି ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବରାଳ ଉଦଘାଟନ କରିଥିଲେ। ଏହି ନବଦୁର୍ଗା ଝାଙ୍କି ର ମହତ୍ତ୍ୱ ଏହାଥିଲା ଯେ ସ୍ଵୟମ ପରମପିତା ପରମାତ୍ମା ଏହି ଧରାପୃଷ୍ଠରେ ଅବତରଣ କରି ଯେଉଁ ଅଲୌକିକ ଶିକ୍ଷା ସହ ସହଜ ରାଜଯୋଗ ର ଅଭ୍ୟାସ କରାଉଛନ୍ତି ତାହା ଆଗାମୀ ସତ୍ୟଯୁଗ ରେ ଆମେ ଦେବୀ ଦେବତା ରୂପରେ ଜନ୍ମ ଗ୍ରହଣ କରିବା। ଦୁନିଆରେ ଆମେ ବିଭିନ୍ନ ପ୍ରକାର ଜଡ ମୂର୍ତ୍ତୀ ପାଖକୁ ଯାଇ ମୁଣ୍ଡିଆ ମାରନ୍ତି କିନ୍ତୁ ବାସ୍ତବରେ ଆମେ ହିଁ ସେହି ଚୈତନ୍ଯ ନବଦୁର୍ଗା ଏହି କଥାକୁ ଆମେ ଭୁଲିଯିବା କାରଣରୁ ଦୁଃଖ ଅଶାନ୍ତି ରେ କାଳାତିପାତ କରୁଛନ୍ତି। ପୁଣି ଆମକୁ ଶୁଖ ଶାନ୍ତି ଦୁନିଆକୁ ନେବା ପାଇଁ ପରମାତ୍ମା ଶିବଙ୍କର ସନ୍ଦେଶ ବୋଲି ଆଲୋକପାତ କରିଥିଲେ ରାଜ ଯୋଗିନୀ ବ୍ରହ୍ମାକୁମାରୀ ଲିଜା (ପିଙ୍କି) ଭଉଣୀ। ମୁଖ୍ୟ ଅତିଥି ସୁଶାନ୍ତ ସାର୍ ତାଙ୍କ ରି ଅନୁଭବରେ ପ୍ରକାଶ କରିଥିଲେ ଯେ ଏହି ଚୈତନ୍ୟ ଝାଙ୍କିରେ ଭଉଣୀ ମାନେ କିପରି ଏକାଗ୍ରତା ର ସହ ବସି ସମସ୍ତକୁ ଯେଉଁ ସନ୍ଦେଶ ପ୍ରଦାନ କରୁଛନ୍ତି ତାହା ଖୁସି ଏବଂ ଶାନ୍ତିର ଅନୁଭବ ହୋଇଥିଲା। ଏହିପରି ଏକାଗ୍ରତା ସହ ବସିବାକୁ ହେଲେ ନିହାତି କିଛି ଅଲୌକିକ ଶକ୍ତି ର ଆବଶ୍ୟକ ଯାହା ବ୍ରହ୍ମକୁମାରୀସ୍ ତରଫରୁ ଦିଆଯାଉଥିବା ରାଜଯୋଗ ଦ୍ଵାରା ହିଁ ସମ୍ଭବ। ହିଞ୍ଜିଳି କାଟୁ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ହେମଲତା ଭଉଣୀ ଅତିଥିଙ୍କୁ ଈଶ୍ୱରୀୟ ଉପହାର୍ ଦେଇଥିବା ବେଳେ ମଞ୍ଚ ପରିଚାଳନା ବ୍ରହ୍ମାକୁମାର ବାଳକୃଷ୍ଣ ଭାଇ କରୁଥିଲେ।

ଏହି ଝାଙ୍କିରେ ନବଦୁର୍ଗା ବେଶରେ ବ୍ରହ୍ମକୁମାରୀ ଝୁନା, ଗାୟତ୍ରୀ, କନକା, କଲ୍ୟାଣୀ, ବୁଲି, ଗୀତା, ପ୍ରତିମା, ଶ୍ରୀମତୀ, ଦୀପ୍ତି, , ମୁତିଆଲୁ ଓ ଭାଗ୍ୟ ଅଭିନୟ କରିଥିବା ବେଳେ ବିଭିନ୍ନ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ ଭଉଣୀ ମାମା, ଦୀପା ଶିବାନୀ, ପୂଜା, ଲିଜା, ଭାଇ ଲକ୍ଷ୍ମଣ, କେଶବ। କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ବ୍ରହ୍ମାକୁମାର ରଜନୀ, ଶାନ୍ତନୁ, ସୂର୍ଯ୍ୟ, ଗୋପାଳ, କବିରାଜ, କୈଳାଶ,ସୁରେନ୍ଦ୍ର ଭାଇ । ଏହି କାର୍ଯ୍ୟକ୍ରମ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ସତାଧିକା ଭାଇ ଓ ଭଉଣୀ ନବଦୁର୍ଗା ଦର୍ଶନ କରି ବହୁତ ଆନନ୍ଦ ଅନୁଭବ କରିଥିଲେ।

ad-week
Leave A Reply

Your email address will not be published.