ଶିଶୁ ଶ୍ରମିକ ଉଚ୍ଛେଦ ନିମନ୍ତେ ସଚେତନତାମୂଳକ ପ୍ରତିଯୋଗୀତା

add-all

ମାଲକାନଗିରି, ୩୦।୬ : ମାଲକାନଗିରି ଜିଲ୍ଲାରେ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ କିଶୋର ଶ୍ରମିକ ବିପଦ ସଙ୍କୁଳ କ୍ଷେତ୍ରରେ କାର୍ଯ୍ୟରୁ ନିବୃତ ସଚେତନତା ସୃଷ୍ଟି ନିମନ୍ତେ ଏକ ମାସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲା ଶ୍ରମ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତରଫରୁ କରାଯିବାର ବ୍ୟବସ୍ତା କରାଯାଇଛି । ଏଥିରେ ଜିଲ୍ଲାର ଶିଶୁ ଶ୍ରମିକ ନିରାକରଣ ରଥ ସଚେତନତା ରାଲି ସଚେତନତା ସଭା ଇତ୍ୟାଦି କରାଯାଇ ଥିବା ବେଳେ ଜିଲ୍ଲା ଟାସ୍କ ଫୋର୍ସ କମିଟି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ବୁଲି ଶିଶୁ ଶ୍ରମିକ ଉଦ୍ଧାର ମଧ୍ୟ କରିଛନ୍ତି । ଏ ପରିପେକ୍ଷରେ ଆଜି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ମାଲକାନାଗିରି ଠାରେ ଶିଶୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ଝୋଟି ପ୍ରତିଯୋଗିତା କରା ଯାଇଥିଲା । ଏଥିରେ ଚିତ୍ରାଙ୍କନା ନିମନ୍ତେ ୧୧ ଜଣ ଓ ଝୋଟିର ୧୫ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ରାୟ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଜିଲ୍ଲା ଶ୍ରମ ବିଭାଗ ତରଫୁରୁ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକ ଏବଂ ତନ୍ମୟ ମଣ୍ଡଳ ଏହି ଅବସରରେ ବିଚାରକ ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶିଶୁ ଶ୍ରମିକ ରୋକିବା ଦିଗରେ ସଚେତନତା ବାର୍ତ୍ତା ଦେବା ବିଷୟ ବସ୍ତୁକୁ ନେଇ ଏହି ପ୍ରତିଯୋଗୀତା କରଯାଇଥିଲା ।

ad-week
Leave A Reply

Your email address will not be published.