ମନ୍ତ୍ରୀ ଡ଼.ମୁକେଶ ମହଲିଙ୍ଗଙ୍କ ବ୍ରହ୍ମପୁର ଗସ୍ତ

add-all

ବ୍ରହ୍ମପୁର : ଆଜି ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ସାଂସଦିୟ ବ୍ୟାପାର, ବୈଦ୍ୟୁତିକ ସୂଚନା ବୈଷୟିକ ମନ୍ତ୍ରୀ ଡ଼.ମୁକେଶ ମହଲିଙ୍ଗ ଏମକେସିଜି ବଡ଼ ମେଡ଼ିକାଲ ପରିଦର୍ଶନ କରିବା ସହିତ ସ୍ୱାସ୍ଥ୍ୟ ସେବାକୁ ନେଇ ସମୀକ୍ଷା କରିଛନ୍ତି।

ଆଜି ଅନ୍ତର୍ଜାତୀୟ ଡାକ୍ତର ଦିବସ ରେ ବ୍ରହ୍ମପୁର ଗସ୍ତରେ ଆସି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହଲିଙ୍ଗ ଏମକେସିଜି ବଡ଼ ମେଡ଼ିକାଲ ପରିଦର୍ଶନ କରିଥିଲେ।ପ୍ରଥମେ ସେ ସୁପେର ସ୍ପେଶାଳିଟି ୱାର୍ଡ ପରିଦର୍ଶନ କରିବା ସହିତ ସ୍ୱାସ୍ଥ୍ୟ ସେବା ନେଇ ରୋଗୀଙ୍କ ସହିତ ଆଲୋଚନା କରିଥିଲେ।ପରେ କଜୁଆଲଟି ଯାଇ କିଭଳି ରୋଗୀ ସେବା ହେଉଛି ସେ ନେଇ ଉପସ୍ଥିତ ଡାକ୍ତର ଙ୍କ ସହିତ ଆଲୋଚନା କରିଥିଲେ।ଏବଂ ପରେ ଟେଲିମେଡିସିନ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ସେବା ନେଇ ସମୀକ୍ଷା କରିଥିଲେ। ଅଵଶ୍ୟକୀୟ ଡାକ୍ତର, ନର୍ସ ସହିତ ଅନ୍ୟ ପଦବୀ ପୂରଣ କରିବା, ରୋଗୀ ଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଆବଶ୍ୟକୀୟ ବେଡ଼, କାଜୁଆଲଟି ର ସଠିକ ବ୍ୟବସ୍ଥା, ଏବଂ ଅନୁପସ୍ଥିତ ଡାକ୍ତରଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହଲିଙ୍ଗମ।

ଏହା ସହିତ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇ ଦେବାରେ କିଭଳି ଏମକେସିଜି ସମ୍ଭବ ହେବ ସେ ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।ଆଜିର ଏହି ସମୀକ୍ଷା ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଏମକେସିଜି ମେଡ଼ିକାଲ ଡ଼ିନ ପ୍ରଫେସର ଡା. ସୁଚିତ୍ରା ଦାସ, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ଙ୍କ ସମେତ ବହୁ ବିଧାୟକ ଓ ବହୁ ଅଧିକାରୀ, ଡାକ୍ତର ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.