ସରକାରୀ ଯୋଜନା କାହା ପାଇଁ?: ମାଟି କୁଡ଼ିଆରେ ଦୟନୀୟ ସ୍ଥିତିରେ ଜୀବନ ବିତାଉଛି ଡ଼ମୁର..

add-all

ଉମରକୋଟ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଯୋଜନା ରହିଛି। ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ପୁପୁଗାଁ ପଞ୍ଚାୟତ ର ଲମୀ କନାଡି ଗ୍ରାମର ଗରିବ ଡମୁ ଭତରା ଙ୍କୁ କେବଳ ପାଞ୍ଚ କେଜି ସରକାରୀ ଚାଉଳ ମିଳୁଛି। ବୟସ ଏବେ ୬୫ ହେଲେ ବି ନା ଅଛି ବାର୍ଦ୍ଧକ୍ୟ ଭତ୍ତା ନା ଅଛି ଆବାସ ଯୋଜନା। ଝାଟି ମାଟିର ଘରେ ବର୍ଷ ବର୍ଷ ଧରି ରହିଛନ୍ତି। ଦିନରେ ସୂର୍ଯ୍ୟ ରାତ୍ରରେ ଚନ୍ଦ୍ର କିରଣ ଉକ୍ତ କୁଡ଼ିଆ ଘରେ ଦେଖିବାକୁ ମିଳେ। ବର୍ଷା ଦିନେ କଥା ନ କହିଲେ ଭଲ କେତେବେଳେ ମାଟି ଖସି ପଡେତ କେତେ ବେଳେ ଘରେ ବର୍ଷା ହେଲେ ଘରେ ଥିବା ଚୌକିରେ ବସି ରାତି କାଟନ୍ତି ଏମିତି ଜୀବନ ବିତାଇବାକୁ ବାଧ୍ୟ ହୁଅନ୍ତି। ସରକାରୀ ବାବୁ ଠାରୁ ନେତା ମାନଙ୍କୁ କହି କହି ବ୍ଲକ କୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଭାଗ୍ୟକୁ ଆଦରି ଶେଷ ନିଶ୍ୱାସ କୁ ଅପେକ୍ଷା କରିଛନ୍ତି ଡ଼ମୁ। ଅଧିକାଂଶ କରି ସରକାରୀ ଯୋଜନା ଥିବା ଵାଲା ଓ ଦଳୀୟ କର୍ମୀ ମାନଙ୍କ ନାମରେ ରହିଥିବା ବେଳେ ଏଭଳି ଗରିବ ନିଷ୍ପେସିତ ପରିବାର ଙ୍କ ସଂଖ୍ୟା ଆମ ରାଜ୍ୟରେ ସହ ସହ ପରିବାର ରହିଥିବାର ନଜିର ରହିଛି। ସମସ୍ତ ରାଜନୈତିକ ଦଳର ନେତା ମାନେ ଯେତିକି ଭୋଟ ପାଇଁ ତତ୍ପରତା ଦେଖାନ୍ତି, ସେତିକି ଡ଼ମୁ ଭଳି ଗରିବଙ୍କୁ ନିକଟରେ ଦେଖାଇଥିଲେ ଗରିବ ମାନଙ୍କ ନିକଟରେ ସରକାର ଙ୍କ ଯୋଜନା ପହଞ୍ଚି ପାରିଥାନ୍ତା।

nis-ad
Leave A Reply

Your email address will not be published.