ଖଡ଼ୁରା ସମାଜ ପକ୍ଷରୁ ଵୃଦ୍ଧାଶ୍ରମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

add-all

ଫୁଲବାଣୀ : ନିଖିଳ ଉତ୍କଳ ଖଡ଼ୁରା ସମାଜ ଫୁଲବାଣୀ, କନ୍ଧମାଳ ତରଫରୁ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବୃଦ୍ଧାଶ୍ରମ,ଗୁଡ଼୍ରୀସାହି ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ରେଞ୍ଜ ବନଖଣ୍ଡ ଅଧିକାରୀ ଶିବାନନ୍ଦ ଲେଙ୍କା,ସମାଜ ସେବୀ, ପ୍ରକୃତି ପ୍ରେମୀ ତଥା ଆଇନଜୀବୀ ରଜତ କୁମାର ମହାନ୍ତି,ସରୋଜ ପ୍ରଧାନ,ଗିରିଶ୍ ପଟ୍ଟନାୟକ, ଶଙ୍କର ବେହେରା, ବୃଦ୍ଧାଶ୍ରମ ପରିଚାଳକ କରାମତ୍ ଅଲୀଖାନ୍ ଓ ଫୁଲବାଣୀ ପେଣ୍ଠର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ବୃକ୍ଷ ରୋପଣର ଗୁରୁତ୍ଵ ବିଷୟରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ପରିଶେଷରେ ଖଡ଼ୁରା ସମାଜ ପକ୍ଷରୁ ବୃଦ୍ଧାଶ୍ରମ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ସହ ସକାଳ ଜଳଖିଆ ପ୍ରଦାନ କରାଯାଇଥିଲା l ଖଡ଼ୁରା ସମାଜର ଏପରି ପରିବେଶ ପ୍ରତି ଥିବା ଆନ୍ତରିକତା ଓ ସେବା ମନୋବୃତିକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି l ସେହିପରି ଆଗକୁ ରଥଯାତ୍ରା ଆସୁଛି ଏ ନେଇ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଖଡ଼ୁରା ସମାଜକୁ ଡକାଇ କମିଟି ପକ୍ଷରୁ ସଂମ୍ମାନିତ କରିବା ସହ ସଙ୍ଘର ଉତ୍ତରତର ଉର୍ନତି କାମନା କରିବା ସହିତ ଘଣ୍ଟବାଦ୍ୟ ପରିଚାଳନା ରଥଯାତ୍ରା ଏବଂ ବାହୁଡା଼ ସମୟରେ ସହଯୋଗ କରିବା ପାଇଁ ପ୍ରସ୍ତାବ ଦେଇଥିଲେ l ଏଥିରେ ଖଡ଼ୁରା ସମାଜ ସହମତି ପ୍ରଦାନ କରିଥିଲେ l

ad-week
Leave A Reply

Your email address will not be published.