ଆସିକା ବିଜ୍ଞାନ ମହାବିଦ୍ୟାଳୟ ରସାୟନ ବିଭାଗ ଛାତ୍ରୀଙ୍କ ସଫଳତା

add-all

ଆସିକା ତା ୪/୭ : ଆସିକା ବିଜ୍ଞନ ମହାବିଦ୍ୟାଳୟର ଜନୈକ ଛାତ୍ରୀ ସୁଶ୍ରୀ ଇପ୍ସିତା ମହାନ୍ତି ରସାୟନ ବିଭାଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଟପ୍ପର ତାଲିକାରେ ଦ୍ବିତୀୟ ସ୍ଥାନ ଅଳଂକୃତ କରିଛନ୍ତି। ଛାତ୍ରୀ ସୁଶ୍ରୀ ମହାନ୍ତି ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମପଞ୍ଚାୟତର ପୁଡୁଗେଶ୍ବର ପଲ୍ଲୀ ଗ୍ରାମନିବାସୀ ଶ୍ରୀ ଶିବରାମ ମହାନ୍ତି ଏବଂ ଶ୍ରୀମତୀ ରଶ୍ମିତା ମହାନ୍ତିଙ୍କ ସୁକନ୍ୟା ଅଟନ୍ତି। ସୂଚନା ଯୋଗ୍ୟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଟପ୍ପର ତାଲିକାରୁ ବାଦ ପଡିଥିବା ସୁଶ୍ରୀ ମହାନ୍ତି ପୁନର୍ବାର ସଂଶୋଧିତ ଦ୍ବାରା ଅନର୍ସରେ ମୋଟ ୧୨୯୨ (୯୨.୨୮%) ମାର୍କ୍ସ ରଖି ଦ୍ବିତୀୟ ସ୍ଥାନ ଅଳଂକୃତ କରିଛନ୍ତି।

ସେ ନିଜର ପରିଶ୍ରମକୁ ସତ୍ୟତାରେ ପରିଣତ କରିବା ପାଇଁ ଏବଂ ନିଜର ଦୃଢ ବିଶ୍ବାସକୁ କାୟମ ରଖି ପୁନଶ୍ଚ ଆର.ଟି.ଆଇ ମାଧ୍ୟମରେ ଚତୁର୍ଥ ସେମିଷ୍ଟାର ଗୋଟିଏ ଅନର୍ସ ପେପରକୁ ପୁନଶ୍ଚ ଜାଞ୍ଚ କରିବା ପାଇଁ କହିଥିଲେ ଏବଂ ସେହି ପେପରଟିରେ ମୋଟ ମାର୍କ ୬୦ ମାର୍କରୁ ୫୫ ମାର୍କ ପାଇବା ସ୍ଥାନରେ କୌଣସି ପ୍ରକାରର ତ୍ରୁଟି ଜନିତ ମାତ୍ର ୭ ମାର୍କ ପାଇଥିଲେ। ତେଣୁ ସେ ଟପ୍ପର ତାଲିକାରୁ ଓହରି ଯାଇଥିଲେ। କିନ୍ତୁ ବର୍ତ୍ତମାନ ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଯେଉଁ ଫଳାଫଳ ଘୋଷଣା କରାଯାଇଛି ସେଥିରେ ଛାତ୍ରୀ ସୁଶ୍ରୀ ମହାନ୍ତି ବେଶ୍ ଖୁସି ଅଛନ୍ତି। ସେ ଏହି ସଫଳତାର ଶ୍ରେୟ ସେ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ସହଯୋଗ ସହିତ ବିଭାଗୀୟ ମୁଖ୍ୟ ଡ. ସନ୍ତୋଷ କୁମାର ଚୌଧୁରୀ, ରିଡର ଜନାର୍ଦ୍ଦନ ସାହୁ, ଅଧ୍ୟାପକ ଚନ୍ଦନ ମାରାଣ୍ଡି, ଅଧ୍ୟାପିକା ମାଧୁରୀ ହେମ୍ବ୍ରମ, ଡେମୋନଷ୍ଟ୍ରେଟର ଧନଞ୍ଜୟ ମହାପାତ୍ର ଏବଂ କୃଷ୍ଣ ଚ଼ନ୍ଦ୍ର ପାତ୍ରଙ୍କ ଯୋଜନାବଦ୍ଧ ପଠନୀୟତା ତଥା ନିଜର ଅକ୍ଳାନ୍ତ ପରିଶ୍ରମକୁ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ରସାୟନ ବିଭାଗୀୟ ଅନ୍ୟ ଜନୈକ ଛାତ୍ରୀ ସୁଶ୍ରୀ ରଶ୍ମୀରେଖା ପୋଲାଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଟପ୍ପର ତାଲିକାରେ ପୂର୍ବରୁ ଶୀର୍ଷସ୍ଥାନ ଅକ୍ତିୟାର କରିଛନ୍ତି।

ad-week
Leave A Reply

Your email address will not be published.