ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଆମ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

add-all

ଉମରକୋଟ /ଝରୀଗାଁ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ରାମସା କ୍ଲଷ୍ଟରର ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସି ସଂଗ୍ରାମ କେଶରୀ ବଡଜେନାଙ୍କ ମାର୍ଗଦର୍ଶନରେ ତଥା ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜ ମୋହନ ପୂଜାରୀଙ୍କ ସହଯୋଗରେ ଏବଂ ରାମସା କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ମାନଙ୍କ କାର୍ଯ୍ୟ ଦକ୍ଷତା ମାଧ୍ୟମରେ ଏକ ବିଦ୍ୟାଳୟ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିର ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ପୋଲୁଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାସୁଦେବ ସରକାରୀ ପ୍ରାଥମିକ ବିଦ୍ୟାଳୟ,ପାଉରବେଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ରାମସା ସରକାରୀ ଉନ୍ନୀତ ବିଦ୍ୟାଳୟରେ ମଧ୍ୟ ଏହି ଶିବିର ଅନୁଷ୍ଠିତ ହେବା ନେଇ ସିଆରସିସି ସଂଗ୍ରାମ କେଶରୀ ବଡଜେନା ସୂଚନା ଦେଇଛନ୍ତି। ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିରରେ ଶିକ୍ଷକ ମାନଙ୍କ ମଧ୍ୟରେ ,ଉପେନ୍ଦ୍ରଏସ କେ ଏମ ଡ଼ି ବୁରହାନ,ସେଠୀ ,ପ୍ରକାଶ ଚନ୍ଦ୍ର ଦଳେଇ,ସୀତାରାମ ଭୋଇ ,ଛବିଲାଲ ମାଝୀ, ସୀତାରାମ ଭୂଇ,ଡମ୍ବରୁଧର ମେହେର, ରାଇସିଂ ଭତରା, ଆରତ ନନ୍ଦ, ଘନ ନାୟକ ପ୍ରମୁଖ ଯୋଗଦେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିରକୁ ସଫଳ କରିଥିଲେ |

ad-week
Leave A Reply

Your email address will not be published.