ଆସିକା ରେ ଦିନରେ ବନ ମହୋତ୍ସବ ରାତିରେ ଗଛ କାଟି ଚାଲାଣ……!

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଏବେ ବନ ମହୋତ୍ସବ ଧୁମଧାମ ରେ ପାଳିତ ହେଉଛି। ଆସିକା ବନାଞ୍ଚଳ ରେ ଥିବା ଜଙ୍ଗଲ ରୁ ଅବାଧ ରେ ରାତ୍ର ସମୟ ରେ କଟର ସାହାଯ୍ୟରେ ମୂଲ୍ୟ ବାନ ଗଛ କାଟି ଚାଲାଣ ହେବାର ନଜିର ରହିଛି। ଗତ କିଛି ମାସ ମଧ୍ୟରେ ଧରାକୋଟ ଅଞ୍ଚଳ ରୁ କଟର ସାହାଯ୍ୟରେ କାଠ କାଟୁଥିବା ବେଳେ ଗ୍ରାମବାସୀ ନିକଟକୁ ଯିବା ବେଳେ କାଠ ମାଫିଆ ମାନେ ବୋମା ଫିଙ୍ଗି ଚମ୍ପଟ ମାରି ଥିଲେ। ଦୀର୍ଘ ବର୍ଷ ହେଲା ଏହି ଅଞ୍ଚଳ ରେ ବନ ମହୋତ୍ସବ ବେଳେ ହଜାର ହଜାର ବୃକ୍ଷ ରୋପଣ ହେଉଛି। ଗତ ପାଞ୍ଚବର୍ଷ ମଧ୍ୟରେ କେତେ ବୃକ୍ଷ ଲାଗି ଜଙ୍ଗଲ ସୃଷ୍ଟି ହୋଇଛି। କେବଳ କାଗଜ କଲମ ଓ ଗଣମାଧ୍ୟମ ରେ ବନ ମହୋତ୍ସବ ପାଳନ ହେଉଥିବା ନେଇ ଚର୍ଚ୍ଚା ହେଉଛି। ଆସିକା ବନାଞ୍ଚଳ ଅଧୀନରେ ଥିବା ଜାତୀୟ ପକ୍ଷୀ ମୟୁର ଓ କୃଷ୍ଣସାର ମୃଗ ସୁରକ୍ଷା ନାମରେ ଲକ୍ଷ ଲକ୍ଷ ଟଙ୍କା ବାଟମରଣା ହେଉଥିବା ମଧ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ବାବୁ ମାନଙ୍କ ଆଶୀର୍ବାଦ ରେ କାଠ ମାଫିଆ ମାନେ ରାଜପଥ ନିକଟ ରେ ଥିବା ଜଙ୍ଗଲ ରୁ ମୂଲ୍ୟ ବାନ କାଠ ଚାଲାଣ କରୁଥିବାରୁ ଦିନକୁ ଦିନ ଜଙ୍ଗଲ ପଦା ହେଲାଣି। ବନ ବିଭାଗ ର ଏକ ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ ହୋଇ ସୋରଡ଼ା ଠାରୁ ବାଲି ପଦର, ହିଞ୍ଜିଳିକାଟୁ, ଶେରଗଡ଼ ଅଞ୍ଚଳ ରେ ପେଟ୍ରୋ ଲିଙ୍ଗ କରିଲେ ବାବୁ ମାନଙ୍କ ଅସଲ ମୁଖା ଖୋଲିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.