ବିଦ୍ୟାଳୟରେ ଶିକ୍ଷାଦାନ ବଦଳରେ ଚାଉଳ ବାଛିବା କାର୍ଯ୍ୟରେ ନିଯୋଜିତ ହେଉଛନ୍ତି ଛାତ୍ରୀ…


ମାଲକାନଗିରି,୫।୭ ଗରିବ ଆଦିବାସୀ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି ଏବଂ ପାଠ ପଢାରେ ସୁଧାର ଆଣିବା ପାଇଁ ସ୍ୱମାର୍ଟ କ୍ଲାସ ଠାରୁ ସ୍ୱମାର୍ଟ ବିଦ୍ୟାଳୟ ନିର୍ମାଣ କରାଯାଇଛି । ସେମାନଙ୍କୁ ଉତ୍ତମ ମାନର ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । କିନ୍ତୁ କେତେକ ଅସାଧୁ ଶିକ୍ଷକ ଏବଂ ଶିକ୍ଷତ୍ରି ଓ କର୍ମଚାରୀ ବିଦ୍ୟାଳୟରେ ମନମୁଖୀ କାର୍ଯ୍ୟ କରୁଥିବାରୁ ପିଲାଙ୍କୁ ମିଳୁନି ଉଚିତ ଶିକ୍ଷା । ପାଠ ପଢା ବଦଳରେ ପୋକଡ଼ା ଚାଉଳ ବାଛିବା ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଆଦିବାସୀ ବହୁଳ ଅଞ୍ଚଳର ଛାତ୍ରୀ । କିଛି ଏମିତି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସଦର ମହକୁମାର ର କୁମାରପୁଟ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ । ଯେଉଁଠି ରାତିରେ ଛାତ୍ରୀମାନକୁ ଷ୍ଟୋର ରୁମରେ ବସେଇ ପୋକଡା ଚାଉଳ ବାଛିବା କାର୍ଯ୍ୟରେ ନିୟୋଜିତ କରାଯାଉଛି । ବିୟଳୟରେ ଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହା ଜାଣିବି ଅଜଣା ରହୁଛନ୍ତି ପରି ମନେ ହେଉଛି । ତେବେ ଏଠାରେ ପିଲାଙ୍କୁ ଏପରି ରୀତିମତ ରୋଷେଇ କାର୍ଯ୍ୟରେ ଲଗାଯାଉଥିବା ଅଭିଯୋଗ ହୋଇଥିବା ବେଳେ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ପିଲାଏ ପାଠ ଛାଡି ଏପରି କାର୍ଯ୍ୟ କରୁଥିବା ମଧ୍ୟ ସୂଚନା ମିଳିଛି । ଏହାସହ ଛାତ୍ରୀ ମନେ ଯଦି ଏହାକୁ ବିରୋଧ କରି ମୁହଁ ଖୋଲୁଛନ୍ତି ତେବେ ସେମାନଙ୍କୁ ଧମକ ଦିଆଯାଉଥିବା ମଧ୍ୟ ସୂଚନା ମିଳିଛି । ଯାହାକୁ ନେଇ ସାଧାରଣରେ ଅନେକ ଓ ଅଭିବାହକ ମହଲରେ ଅସନ୍ତୋଷ ଭାବ ପ୍ରକାଶ ପାଇଥିବା ବେଳେ ଏନେଇ ଆମେ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁଙ୍କୁ ଯୋଗାଯୋଗ କରିଥିଲେ ହେ ତାହା ସମ୍ଭବ ହୋଇ ନ ପାରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହି ।

ad-week
Leave A Reply

Your email address will not be published.